STORYMIRROR

Suvendra kumar Mohapatra

Tragedy

3  

Suvendra kumar Mohapatra

Tragedy

ଭୋକ

ଭୋକ

1 min
242


ଖୁବ ନିକଟରୁ ମୁଁ ଦେଖିଛି

ଆଖିକୋଣରୁ ନିଗିଡି ପଡୁଥିବା

ପାଣିଚିଆ ଲୁଣିଆ ଲୁହଗୁଡାକୁ

କେମିତି ଓଠ ପିଇଯାଏ !!


ଧୂ ଧୂ ନିର୍ଜନ ଖରାତାତିରେ

ସ୍ୱେଦଯୁକ୍ତ ଘର୍ମାକ୍ତ ଶରୀର

ଧୂଳି ଧୂସରିତ ଅଙ୍ଗ ଅବୟବ

କେମିତି ଲୋଟିପଡ଼େ ଚଲାପଥେ !!


ଦାଉ ଦାଉ ଭୋକର ଲୁଚକାଳି

ଚକ୍ଷୁଯୁଗଳରେ ନିର୍ଲିପ୍ତ ଭାବ

ଅବଶ କ୍ଳାନ୍ତିଭରା ଶରୀର

ଆଶ୍ରା ବୃକ୍ଷର ଶୀତଳ ଛାଇ !!


ଲାଜଢାଙ୍କେ କୋତରା ଦୁର୍ଗନ୍ଧ

ଛିଣ୍ଡା ସାତସିଆଁ ପରିଧାନ

ସ୍ପଷ୍ଟ ଏଠି ଦୈନ୍ୟତାର ଛାପ

ତଥାପି ବଞ୍ଚିବାକୁ ସଂଗ୍ରାମ !!


ପାଦରେ ଅସହ୍ୟ ଯନ୍ତ୍ରଣା

କ୍ଷୁଧା ନିଦ୍ରା ଅପହଞ୍ଚ ଏଠି

ପେଟ ପିଠି ଏକାକାର

ନିଃସ୍ୱତାର ମୂର୍ତ୍ତିମନ୍ତ ପ୍ରତୀକ !!


ଭରସା ସମର୍ପିତ ପଥପ୍ରାନ୍ତକୁ

ବାବୁଭୈୟାଙ୍କ ହାତଟେକାକୁ

ମାଟିମାଆର ଆଲିଙ୍ଗନକୁ

ଚାଲିବାକୁ ହେବ ପଥ ବହୁଦୂର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy