ଗ୍ରୀଷ୍ମ
ଗ୍ରୀଷ୍ମ
ବସନ୍ତ ଋତୁର ମୃଦୁ ଶିହରଣ
ଧରା ଛାଡି ଛାଡି ଯାଏ
ସବୁ କଳ୍ପନାର ଶେଷ କରି ଗ୍ରୀଷ୍ମ
ଆସି ଅବତୀର୍ଣ୍ଣ ହୁଏ ।
ପାଦ ଥାପୁ ଥାପୁ ଧରା ପୃଷ୍ଟେ ରୌଦ୍ର
ଅସହ୍ୟ ଝାଞ୍ଜି ବୁହାଏ
ତାପ ପ୍ରଚଣ୍ଡତା ନଈ ପୋଖରୀରୁ
ଜଳକୁ ଶୁଖାଇଦିଏ ।
ଜଳାଭାବ ହେତୁ ଜଳଚର ପ୍ରାଣୀ
ଜଳକ୍ଲୀଷ୍ଟ ଭୋଗିଥାଏ
ଯିବ ଜଗତଠୁଁ ଉଦ୍ଭିଦ ଜଗତ
ତୃଷାରେ ଆତୁର ହୁଏ ।
କୋକିଳ ବଦଳେ ଝିଙ୍କାରିର ଶବ୍ଦ
କାନକୁ ଅସହ୍ୟ ହୁଏ
ଗ୍ରୀଷ୍ମ ଧୂଳିଝଡ ଅଦିନ ବରଷା
କରକା ପାତ କରାଏ ।
ଅସହ୍ୟ ତାତିରେ ବନ ଉପବନେ
ଘାସପତ୍ର ଶୁଖିଯାଏ
ଶୀତଳ ପବନ ବୃକ୍ଷତଳ ଛାୟା
ଖୋଜନ୍ତି ତେଣୁ ସଭିଏଁ ।
କେତେକେତେ ବୃକ୍ଷେ ମିଠାଫଳ ଯେତେ
ରୌଦ୍ର ତାପେ ପାଚିଥାଏ
ଥଣ୍ଡା ପାନୀୟରେ ରସାଳ ଫଳରେ
ବାଟୋଇ ତୃଷ୍ଣା ମେଣ୍ଟାଏ ।
ଉତ୍ତାପ ବଢିଲେ ଅଂଶୁଘାତ କଥା
ମନରେ ଭୀତ ଜଗାଏ
ସତର୍କ ରହିଲେ ନିୟମ ମାନିଲେ
ଜୀବନଯେ ରକ୍ଷା ହୁଏ ।
