STORYMIRROR

Suvendra kumar Mohapatra

Inspirational

3  

Suvendra kumar Mohapatra

Inspirational

ବୋଉ କଥା ଭାରି ମନେପଡେ

ବୋଉ କଥା ଭାରି ମନେପଡେ

1 min
233


ଆଦ୍ୟ ପାଠଶାଳାର ପହିଲି ଗୁରୁ ମାଆ

ସିଏ ବ୍ରହ୍ମବୈବର୍ତ୍ତ ପୁରାଣଟିଏ

ଶିଖାଇଦିଏ ଜୀବନ ସଂଗ୍ରାମର କୌଶଳ

ଅନୁଶାସନଟିଏ

ଗଢିଦିଏ ଶୃଙ୍ଖଳିତ ଜୀବନ

ସ୍ନେହ, ପ୍ରେମ, ପ୍ରେରଣାର ପାରାବାରଟିଏ

ତା ପାଦର ଧୂଳି ମୋ ପାଇଁ ବିଭୂତି

ତା ହାତର ପରଶ ମୋ ପାଇଁ ଚନ୍ଦନ

ଅଙ୍ଗେ ଅଙ୍ଗେ ଶୀତଳତା ଭରେ !!

ତ୍ୟାଗ ଓ ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ

ପରିବ୍ୟାପ୍ତ ତା'ର ସୀମା ଓ ସରହଦ

ସିଏ ସଅଁପି ଦେଇପାରେ ତମାମ ଆୟୁଷ

ପେଟରେ ଓଦାକନା ଦେଇ ଭୋକ ଲୁଚାଏ

ସାତସିଆଁ ଲୁଗାରେ ଲାଜ ଢାଙ୍କିପାରେ

ଆଖିଲୁହରେ ଶୋଷ ମେଣ୍ଟାଏ

ଅନ୍ୟାୟସରେ ହସି ହସି ଆପଣାଏ

ଯେତେ ଦୁଃଖ ଯନ୍ତ୍ରଣାର ବୋଝ

କଳ୍ପକଳ୍ପାନ୍ତର ପାଇଁ ବନ୍ଦନୀୟା ସିଏ!!

ଯିଏ ମତେ ଜୀବନ ଦେଇଛି ସିଏ ମାଆ

ମୁଁ ହସିଲେ ସେ ହସେ,ମୁଁ କାନ୍ଦିଲେସେ କାନ୍ଦେ

ମୁଁ ଝୁଣ୍ଟିଲେ ଯନ୍ତ୍ରଣା ତାକୁ ହିଁ ତ ହୁଏ

ହଜାରେ ଭୁଲକଲେ ଵି କ୍ଷମା କରିଥାଏ

ରାତ୍ରି ଉଜାଗର ରହି ଲୋରି ଶୁଣାଏ

ମୁହଁ ଦେଖି ଭୋକ ଜାଣିପାରେ ସିଏ

ଯାହା ବାଢିଦିଏ ମୋ ପାଇଁ ଅମୃତମଣୋହି 

ମୋ ଭାବନାରେ ଥାଏ,ଆଖିରେ ଥାଏ

ମୋ ଅନ୍ତକରଣରେ ଥାଏ , ସିଏ ମାଆ!!

ମାଟିରେ ଝରାଏ ପ୍ରୀତିର ମମତା ସିଏ

ସର୍ବଂସହା ଧରିତ୍ରୀର ପ୍ରତିରୂପ

ଅଳିଅଝଟକୁ ମୃଦୁ ଉଶ୍ୱାସରେ ନିଏ

ସିଏ ତ ମୋର ପୁଣ୍ୟର ପସରା

ବାରମାସେ ତେରବ୍ରତ କରି

ମାଗିଆଣେ ଦୀର୍ଘାୟୁର ବରଦାନ

ମୋ ଓଠର ଚେନାଏ ମୁରୁକି ହସ

ମାତୃତ୍ୱକୁ ସାର୍ଥକ କରେ ତାର

ଯୁଗ ଯୁଗର ତାପସ୍ୟାର ଫଳ, ସିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational