ସେଦିନ
ସେଦିନ
ସେଦିନ ଯଦି ତୁମେ କହି ଦେଇ ଯାଇଥାନ୍ତ
ତେବେ ଭଲ ହୋଇଥାନ୍ତା
ଉତ୍କଣ୍ଠାକୁ ଯଦି ହୃୃୃଦୟରେ ନ ଦବେଇ ରଖିଥାନ୍ତ
ତେବେ ଭଲ ହୋଇଥାନ୍ତା ।
ମର୍ଯ୍ୟାଦା ତ ନୀରବତା ରଖିଥାଏ
ଶବ୍ଦ ମାନଙ୍କର କ'ଣ ଅଛି,,,
ସେ ତ ପରିସ୍ଥିତିର ଦାସ ହୋଇଥାଏ
ଏକଥା ଯଦି ସମୟରେ ଜାଣି ପାରିଥାନ୍ତି,,
ତେବେ ଭଲ ହୋଇଥାନ୍ତା ।
ଦବି ହୋଇ ରହିିଯାଏ ଅନେକ ଇଛା,,
ହୃଦୟରେ ଅନେକ ସମୟରେ
ଯଦି ପ୍ରେମର ଗୋଲାପ,,,
ଡାଏରୀରେ ନ ଲୁଚେଇ ଥାନ୍ତ,,
ତେବେ ଭଲ ହୋଇଥାନ୍ତା ।
ତେବେ ଭଲ ହୋଇଥାନ୍ତା ।

