STORYMIRROR

Das Muktikanta

Tragedy

3  

Das Muktikanta

Tragedy

ମୋଡ଼

ମୋଡ଼

1 min
229

ବିତି ଯାଇଛି ସେ ସୁନ୍ଦର ସମୟ

ବାସ ଏବେ ସ୍ମୁୃତି ହିଁ ରହିଗଲା

ଯେଉଁ ମୋଡ଼ରେ ଆମେ,,

ପ୍ରତ୍ୟେକ ଦିନ ଭିିନ୍ନ ହେଉଥିଲୁ,,

ଆଗାମୀ ଦିନ ପାଇଁ ପୁଣି ଥରେ ଭେଟିବାକୁ


ମନେ ପକାଉଛି ଯେବେ ଅସାବଧାନ,,

ଧୀର ଚାଲୁଥିବା ସେ ପାଦକୁ,,

ଶିହରଣ ହୋଇ ଉଠୁଛି ମୁଁ...


ତାକୁ ତ ମୋ ଉପରେ କେବଳ ବିିଶ୍ଵାସ ଥିଲା

ହେଲେ ମୁଁ ତ ଉପରେ ବିନା ବିଶ୍ୱାସରେ ହିଁ,,

ଅଟକି ଯାଇଥିଲି ସେହି ଜାଗାରେ।।

 

ଜୀବନ ରାସ୍ତାରେ କେତେ ମୋଡ଼ ଆସିଛି

ସବୁକୁ ଭୁଲି ଯାଇଛି,,

ଆଜି ବି ମନେ ରହିଛି ସେହି ଅନ୍ଧ ମୋଡ଼

ଯାହାକୁ ସିିଧା ହେବାକୁ କେତେ ଯେ ସମୟ,,

ବିତି ଗଲାଣି।।


ସ୍ୱପ୍ନରେ ଚାଲୁୁୁଛି ସେହି ମୋଡ଼ରେ କେତେ କେତେ ଥର

ହେଲେ ଆତ୍ମା ଆଜି ବି ସେଇଠି ରହିଛି

ଯେଉଁଠି ତା ସାଙ୍ଗରେ ଭେଟି ଥିଲି ମୁଁ,,

ପ୍ରଥମ ଥର.....ପ୍ରଥମ ଥର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy