STORYMIRROR

Das Muktikanta

Inspirational

3  

Das Muktikanta

Inspirational

କେବେ ଏକା ଏକା ବି ବସିଯାଅ

କେବେ ଏକା ଏକା ବି ବସିଯାଅ

1 min
255


କେବେ ଏକା ଏକା ବି ବସିଯାଅ

ଦେଖ ନଦୀକୁ କେମିତି ବହି ଚାଲିଛି

ଅନୁଭବ କର ଋତୁକୁ

କେମିତି କଡ଼ ଲେଉଟାଉଛି


କେବେ ତ ଥରେ ସ୍ଥିର ହୋଇ ଶୁଣ

ଶୁନଶାନ ରାତିକୁ

କେବେ ତ ଚୁପଚାପ ଶୁଣ

ପକ୍ଷୀ ମାନଙ୍କର କଥାକୁ


କେବେ ଶୁଣିଛ ତମେ ନିଜ ନିଃଶ୍ୱାସର ବଂଶୀକୁ??

ଅଶୁଣା ସାତ ସୁରଟେ କେମିତି ଏକ ସୁରରେ ବାଜି ଚାଲିଛି


ଅନ୍ଧାର ଭିତରେ ବି ଏକ ଆସକ୍ତି ଅଛି

କେବେ କଣ ତମେ ଚାଖିଛ??

ବାଦଲରେ ବିଂଛୁଡ଼ି ହୋଇଥିବା ରଙ୍ଗରେ

କେବେ କଣ କୌଣସି ଚିତ୍ର ବୁଣିଛ??


ଅସ୍ଥିରତାରେ ସମ୍ପୂର୍ଣ୍ଣ ଜୀବନ କାଟିନେଲ

କେବେ ତ ସମ୍ପୂର୍ଣ୍ଣ ଜୀବନ ବଞ୍ଚିଯାଅ

କେବେ ଏକା ଏକା ବି ବସିଯାଅ

କେବେ ଏକା ଏକା ବି ବସିଯାଅ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational