STORYMIRROR

Das Muktikanta

Tragedy

3  

Das Muktikanta

Tragedy

ସୁଖ ଦୁଃଖ

ସୁଖ ଦୁଃଖ

1 min
246

ଶାନ୍ତ ସମୁଦ୍ରର ସୁନ୍ଦର ଦିଶୁଥିବା ଉଜ୍ଜଳ ତଟଟେ,

ମନକୁ ସୁଖ ଦେଉଥିଲା ।।

କାରଣ ତାର ଅସୀମ ଗଭୀରତା ସହ,,

ପ୍ରେମ ଥିଲା ଯାହା ମୋତେ


ପ୍ରଥମେ ଲେଖୁଥିଲି ନରମ ନରମ ଆଙ୍ଗୁୁୁଳିରେ

ସୁନେଲି ଭିଜିଲା ବାଲି ଉପରେ

ଏମିତି ହିିଁ,,ନିଜର ନାମ...

ପୁଣି ସେହି ନିର୍ଭୟ ଲହଡ଼ି,,

ଲିଭେଇ ଦେଇ ଯାଉଥିଲା ତାକୁ।।


ଜଣା ନାହିିଁ ଆଜି କାହିଁକି ଲେଖିଛି,,

ଅସୀମ ଦିଗବଳୟକୁ ଦେଖି,,

ଦୁଇଟି ମାୟାବୀ ଶବ୍ଦକୁ ମୁୁଁ,,

ସୁଖ ଆଉ ଦୁଃଖ!!

ଆଖିିିର ପତାକୁ ନପକେଇ,,

ନିଜର ବର୍ତ୍ତମାନ ଆଉ ଅତୀତକୁ


ମନରେ ଉଠି ଚାଲିଛି ଭୟାବହ ଲହଡ଼ିର

ଚଟାଣକୁ ବାଡେଇ ହୋଇ ଯିବାର ଶବ୍ଦ ଭଳି

ମୁହୂର୍ତକେ ଆସି ଲିଭେଇ ଦେଇ ଯାଉଛି,,

ଏକ ଭ୍ରମଣଶୀଳ ଲହଡ଼ି।।

ମୋର ସେହିି ଶବ୍ଦର ଅସ୍ତିତ୍ୱକୁ।।


ମୋ ବିସ୍ଫୋରିତ ନେତ୍ରରେ ମୁଁ ଦେଖି ରହି ଯାଉଛି

ପ୍ରଥମେ ସୁଖ ଲିଭିଲା ନା ଦୁଃଖ

କିଛି ହଜେଇଦେବା ପାଇଁ,,

ବୋଧହୁଏ ଏବେ ଆଉ କିଛି ବଞ୍ଚିନି

ବୋଧହୁଏ ଏବେ ଆଉ କିଛି ବଞ୍ଚିନିି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy