STORYMIRROR

Sunil Bastia

Romance

3  

Sunil Bastia

Romance

ପହିଲି ପ୍ରେମ

ପହିଲି ପ୍ରେମ

1 min
290

ପୁନେଇ ରାତିରେ ଚାନ୍ଦ ପରି ମୁହଁ

            ଥାଏ କି ଟିକେ କାଳିମା,

ଅମା ଅନ୍ଧରରେ ଭରିଲେ ବି ମନ

           ପାରେ ନାହିଁ ଭୁଲି ଯମା।।

ପ୍ରିୟା ନୀଳ ଆଖି ଡାକିତ ନେଉଛି

           ଅଜଣା ରାଇଜୁ ସତେ,

ତା ହରିଣୀ ଚାହାଣୀ ଜଣାଇ ଦେଉଛି

            ଭଲ ସେ ପାଉଛି ମୋତେ।।

ସ୍ଵପ୍ନର ଘର ତୋଳି ମୁଁ ସାରିଛି

            ସ୍ଵପ୍ନର ତୁଳି ଧରି,

ସ୍ଵପ୍ନର ରଙ୍ଗରେ ରଙ୍ଗେଇ ଦେଇଛି

            ପ୍ରୀତିର ସେହି କୋଠରୀ।।

କିଛି ଜଣା ନାହିଁ ମିଶିଗଲା ଆମ

            ଦୁହିଁଙ୍କ ଦୁଇଟା ଆଖି,

ଭଲ ପାଇବା ମୋର ଆରମ୍ଭ ହୋଇଲା

            ଭଗବାନ ରହିଲେ ସାକ୍ଷୀ।।

ମନ ଆଇନାରେ ତୁମରି ଛବିକୁ

            ସାଇତି ରଖିଛି ବୋଲି,

ବାନ୍ଧବୀ ବଦଳେ ପ୍ରିୟା ମୁଁ କରିଛି

             ତୁମ ହାତ ଧରି ଯିବା ପାଇଁ।।

ପାଣି ପରି ଅନ୍ଧ ପ୍ରେମ ଯେ ଅଟଇ

              ସଭିଏଁ ପାରନ୍ତି ଜାଣି,

ଲୁଚା, ଛପା ପ୍ରେମ ଅତୁଟ ରହେନା

              ଲୋକହସା କରେ ପୁଣି।।

ସେହିଦିନଠାରୁ ଭଲ ମୁଁ ପାଇଲି

              ତରଳି ଗଲା ମୋ ମନ,

ମନ ମୁଁ ଦେଇନି ହୃଦୟ ଦେଇଛି

              ବିଶ୍ଵାସ ହିଁ ଭଗବାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance