STORYMIRROR

Sunil Bastia

Abstract Romance

3  

Sunil Bastia

Abstract Romance

ଅଭୁଲା ଅନ୍ଧାର

ଅଭୁଲା ଅନ୍ଧାର

1 min
169

କାହିଁ ସେ ଅମା ଅନ୍ଧକାର ଶୀତଳ ସ୍ପର୍ଶ

କାହିଁ ସେ ଶୂନ ଗାଡ଼ି,

ଦୃଶ୍ୟ ସବୁକୁ ସାଇତି ରଖିଛି

ମନରେ ଧାଡିକି ଧାଡ଼ି।।

ଷ୍ଟ୍ରୀଟ୍ ଲାଇଟ୍ ର ଝାପ୍ସା ଆଲୁଅ

ଦେହ ପ୍ରାଣ କରେ ଆଲୋକିତ,

ଗପ ଆସରରେ ଚକା ଏକାଠି ଗଡେ

ମନ ହୁଏ ବଡ଼ ପୁଲକିତ।।

ଝିପିଝିପି ବର୍ଷା ସାଙ୍ଗକୁ ହାଲ୍କା ପବନ

ତୋର କେଶକୁ କରେ ଅନାବନା,

ବାଧ୍ୟ କରେ ଗଛ ତଳେ ଛିଡ଼ା ହେବାକୁ

ନନଷ୍ଟପ୍ ଗପ ମଝିରେ କହୁ ମୁଁ ବଡ଼ ପବନା।।

ନିରିଦୟ ସମୟ ଆଗ ଚାଲିଆସେ

ତମ ଘର ବାଟ ନେଇ,

ମନ ମୋର କହି ହେଉଥାଏ

ଗଲା ସାରା ଜୀବନର ବାଟ ଶେଷ ହେଇ।।

ଏକା ଫେରୁଥାଏ ଆକାଶକୁ ଚାହିଁ

ମୁହଁରେ ଅଧା ଅଧୁରା ଗୀତ,

ତୋର ସବୁ ହରକତି ଖୁସି ଦେଉଥାଏ

ଶେଷରେ ହୁଏ ମୋ ପିଠିରେ ଗାତ।।

କାହିଁ ସେ ଦିନର ଜୀବନ ଗଢ଼ା ସମୟ

କାହିଁ ସେ ମିଠା ଅନୁଭବ,

ସ୍କୁଲ ଛାତ୍ରର ଟ୍ୟାଗ୍ ହଟିଲେ

ଜୀବନ ଥାଇ ଆଉ କି ହେବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract