ଅଭୁଲା ଅନ୍ଧାର
ଅଭୁଲା ଅନ୍ଧାର
କାହିଁ ସେ ଅମା ଅନ୍ଧକାର ଶୀତଳ ସ୍ପର୍ଶ
କାହିଁ ସେ ଶୂନ ଗାଡ଼ି,
ଦୃଶ୍ୟ ସବୁକୁ ସାଇତି ରଖିଛି
ମନରେ ଧାଡିକି ଧାଡ଼ି।।
ଷ୍ଟ୍ରୀଟ୍ ଲାଇଟ୍ ର ଝାପ୍ସା ଆଲୁଅ
ଦେହ ପ୍ରାଣ କରେ ଆଲୋକିତ,
ଗପ ଆସରରେ ଚକା ଏକାଠି ଗଡେ
ମନ ହୁଏ ବଡ଼ ପୁଲକିତ।।
ଝିପିଝିପି ବର୍ଷା ସାଙ୍ଗକୁ ହାଲ୍କା ପବନ
ତୋର କେଶକୁ କରେ ଅନାବନା,
ବାଧ୍ୟ କରେ ଗଛ ତଳେ ଛିଡ଼ା ହେବାକୁ
ନନଷ୍ଟପ୍ ଗପ ମଝିରେ କହୁ ମୁଁ ବଡ଼ ପବନା।।
ନିରିଦୟ ସମୟ ଆଗ ଚାଲିଆସେ
ତମ ଘର ବାଟ ନେଇ,
ମନ ମୋର କହି ହେଉଥାଏ
ଗଲା ସାରା ଜୀବନର ବାଟ ଶେଷ ହେଇ।।
ଏକା ଫେରୁଥାଏ ଆକାଶକୁ ଚାହିଁ
ମୁହଁରେ ଅଧା ଅଧୁରା ଗୀତ,
ତୋର ସବୁ ହରକତି ଖୁସି ଦେଉଥାଏ
ଶେଷରେ ହୁଏ ମୋ ପିଠିରେ ଗାତ।।
କାହିଁ ସେ ଦିନର ଜୀବନ ଗଢ଼ା ସମୟ
କାହିଁ ସେ ମିଠା ଅନୁଭବ,
ସ୍କୁଲ ଛାତ୍ରର ଟ୍ୟାଗ୍ ହଟିଲେ
ଜୀବନ ଥାଇ ଆଉ କି ହେବ।।