STORYMIRROR

Sunil Bastia

Others

3  

Sunil Bastia

Others

ମୌସୁମୀ

ମୌସୁମୀ

1 min
181

ରିମ୍ ଝିମ୍ ନୂପୁର ଶଦ୍ଦେ

        ମୋୖସୁମୀ ରାଣୀ,

ଆସିଛୁ ତୁ ଧରି

        ଅନେକ ମୁକ୍ତାମଣି।


ଅନେକ ସ୍ମୃତି ତୋ ସହ ଯୋଡା

        ପିଣ୍ଡାରେ ବସି ଭସାଏ ଡଙ୍ଗା,

ଆଜି ଭାରି ନିର୍ଦ୍ଦୟ ବର୍ଷା ତୁହି

         କରିପାରିବୁକି ଆଉ ମୋ ଜୀବନ ରଙ୍ଗା।


କିନ୍ତୁ ଚାଷୀ ମନ ଟଳମଳ

         ଦେଖି ତୋହର ଆଭାସ,

କୋଡି କୋଦାଳ ସଜାଇ ରଖେ ସେ

         ଆରମ୍ଭ କରିବ ସେ ଚାଷବାସ।


ଗ୍ରୀଷ୍ମର ତାଡନା ସହ୍ୟ ହୁଏ ନାହିଁ

         ଏ ଜୀବ ଜଗତ ହତାଶା,

ତୋ ରୂପେ ସଜେଇ ଦେ

          ତୁ ଆମର ଏକା ସାହା ଭରସା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍