STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ଓଡ଼ିଆ କବିତା ଏ ଟିକେ ହସନା

ଓଡ଼ିଆ କବିତା ଏ ଟିକେ ହସନା

1 min
222


  


ଏ ଟିକେ ହସନା...

ତୁମ ହସ ଲାଗେ ମୋତେ ଭାରି ଭଲ

ଭାବେ ଝରି ପଡ଼ୁଛି କି ଚୁନା ଚୁନା ଜୋଛନା,

କେମିତି କେମିତି ଲାଗେ ତୁମ ବିନା

ପାଇଥିବା ରତନ ହଜାଇବା ପରି

ଭାବି ବସେ ଦେଖି ତୁମକୁ ଏମିତି ଆନମନା । 


ଏ ଟିକେ ହସନା...

ତୁମ ହସ ବିଜୁଳିର ଝଟକ ପରି

ନିମିଷକେ ଝଲସି ଉଠେ ସାରା ଦୁନିଆଁ

ମନେ ଭରିଦିଏ କେତେ ଆଶା ଆଶ୍ଵାସନା,

ତୁମେ ମୋ ସପନ ତୁମେ ମୋ କଳ୍ପନା

ତୁମେ ମୋ ଭବିଷ୍ୟତର ସବୁଜ ସମ୍ଭାବନା

ସବୁ ଜାଣି ଶୁଣି ତୁମେ ଭଙ୍ଗି ପଡନା

ଆତ୍ମ ବିଶ୍ଵାସ ତୁମର କେବେ ହରାଅ ନା ।


ଏ ଟିକେ ହସନା....

ଭୁଲି ଯାଅ ରାଗ ରୋଷ ମାନ ଅଭିମାନ 

ହୃଦୟ କନ୍ଦରେ ବୁହାଅ ପ୍ରେମର ଝରଣା

ହସ ଖୁସିରେ ନାଚି ଉଠିବ ଘର ଅଗଣା,

ଅଶୁଭ ଭାବନା ଦୁଃଚିନ୍ତା ଜମା କରନା

ଆଶା ହିଁ ଜୀବନ ଯମୁନା

ଲହରୀ ଲହରୀରେ ପ୍ରୀତିର ବନ୍ଦନା

ପ୍ରକୃତ ଭଲ ପାଇବାରେ ନଥାଏ ଛଳନା।


ଏ ଟିକେ ହସନା...

ହସି ଦେଲେ ତୁମେ ଲାଗ ଫୁଟାଫୁଲ ପରି

ମହକଭରା ତୁମ ମଧୁର ବାସନା

ହସରୁ ତୁମ ମିଳେ ମୋତେ ଅମୃତର ଠିକଣା,

ଲାଗେ ଅନ୍ଧ ପାଇଗଲା ପରି ଚକ୍ଷୁଦାନ

ଅସୀମ ଆନନ୍ଦ କରି ପାରେନା ମୁଁ କଳନା।

ଏ ଟିକେ ହସନା...

   

            




Rate this content
Log in

Similar oriya poem from Romance