STORYMIRROR

Prakash ranjan Swain

Romance

3  

Prakash ranjan Swain

Romance

ମୋ ଶୁଖିଲା ହୃଦୟରେ ବର୍ଷାଜଳ

ମୋ ଶୁଖିଲା ହୃଦୟରେ ବର୍ଷାଜଳ

1 min
212

ଦିନ-ଦ୍ୱି-ପ୍ରହରରେ

ସକାଳ ସଞ୍ଜରେ

ଆଉ ନିଝୁମ ରାତିର କାଳରେ

ଯେବେ ଏଇ ପୃଥିବୀଟା

କମ୍ପିଉଠୁଥାଏ ବୈଶାଖର ତାତିରେ

ଆଉ ହାତଠାରି ଚିତ୍କାର କରିଉଠେ

ତା'ର ସେଇ ଶୁଷ୍କ ଓଠ ନେଇ

କରୁଣ କଣ୍ଠରେ.

ସେତେବେଳେ ମୁଁ ଝରିପଡ଼େ

ଟିକି ବର୍ଷା ବିନ୍ଦୁଟିଏ ହୋଇ

   ଆଉ

ଘୁରିବୁଲେ ଏଇ ଆକାଶ ବକ୍ଷରେ

ମନ୍ଦମନ୍ଦ ପବନର ତାଳେତାଳେ

ପାଗଳିନୀଟେ ପରି ପ୍ରେମର ସଙ୍ଗୀତ ଗାଇ.

ମୁଁ ଖାତିର କରେନା ସେଇ

ନିଦାଘର ଅସହ୍ୟ ତାତିକୁ

ଆଉ ନା ଖାତିର କରେ କାଳ ବୈଶାଖୀର

ସେଇ ଧୂ ଧୂ ବାଆକୁ.

   କିନ୍ତୁ

ମୁଁ ଉଡ଼ିବୁଲେ ପବନର ତାଳେ ତାଳେ

ତା'ର ପ୍ରତିଟି ଅଣୁରେ.

ତୁମେ ଯେତେବେଳେ ଅସହ୍ୟ ତାତିରେ

ମୁମୂର୍ଚ୍ଛ ହୋଇଯାଅ

ଆଉ ଚିତ୍କାର କରି ଡାକି ଉଠ.

ମୁଁ ସେତେବେଳେ ତୁମ ପ୍ରିୟତମା ସାଜି

ଫେରିଆସେ ତୁମରି ପାଖକୁ

ଶିକ୍ତ କରିଦିଏ ତୁମର ସେଇ ଶୁଷ୍କ ଦେହକୁ

ଶାନ୍ତ କରିଦିଏ ତୁମର ସେଇ ଅଶାନ୍ତ ମନକୁ.

     ଆଉ

ଆଉଯାଇ ନିଏ ତୁମର ସେଇ

କୋହ ଭରା ସନ୍ତାପିତ ମନକୁ

ମୋର ସ୍ନେହଭରା ଏଇ ଛାତି ଉପରକୁ.

ଆଉ ନା ମୁଁ ଅପେକ୍ଷ୍ୟାରେ ରହେ

ଆଉ ନା ହିଁ କେବେ ଫେରି ପୁଣି ଯାଏ.

କେବେ ପଛଘୁଞ୍ଚା ଦିଏ ନାହିଁ

ଦେଖି ତୁମ ରଙ୍ଗ ରୁପକୁ

ଆଉ ନା କେବେ ଅନାଦର କରେ

ଜାଣି ତୁମ ଜାତି ଧର୍ମକୁ.

   ଆଉ 

ମୁଁ ତୁମ ରଙ୍ଗହୀନ ହୃଦୟରେ 

ମାଖିଦେଇ ଯାଏ ପ୍ରେମର ରଙ୍ଗକୁ.

ଆଉ ଭରିଦିଏ ତୁମ ହୃଦୟରେ

ମୋ ପ୍ରେମର ଦୁଇଟୋପା ବର୍ଷାଜଳକୁ.

------------------------------------

ବର୍ଷା ଭିଜା ସନ୍ଧ୍ୟାର ଶୁଭକାମନା

ଘରେ ରୁହନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ

କୋରାନକୁ ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance