STORYMIRROR

Chinmayee Kanta

Romance Others

3  

Chinmayee Kanta

Romance Others

ବିଚ୍ଛେଦର କାରଣ

ବିଚ୍ଛେଦର କାରଣ

1 min
129


ଧୋକା ଅପମାନ ନ ଥିଲା ଆମର

ବିଚ୍ଛେଦର ଏକ କାରଣ

ଛଳନା କରିନୁ ଆମେ ଦୁହିଜଣ

କାଇଁ କରିବି ଅପମାନ

    ସାଥେ ଥିଲାଁ ଯେବେ ଅନ୍ତରଙ୍ଗ ତୁମେ

    ସାଜିଥିଲ ଏକ ସମୟେ

    ହୃଦୟେ ମୋହର ସ୍ମୃତି ଭରା ପଥ

    ସମୟେ ସମୟେ କାନ୍ଦାଏ

ପ୍ରତି ମୁହୂର୍ତ୍ତରେ ସାଜିଥଲ ତୁମେ

ମୋ ମନର ଏକ ପଥିକ

ଭୁଲିବି କେମିତି ସେଇ ମୁହୂର୍ତ୍ତକୁ

କେବେ ସାଥି, କେବେ ନାବିକ

    ହୃଦୟ ମିଳନ ନୁହଇ କେବଳ

    ବଞ୍ଚିବାର ଏକ ମାଧ୍ୟମ

    ପରିବାର ଖୁସି ବଡଙ୍କ ଆଶିଷ

    ଏହା ଅଟେ ସୁଖୀ ଜୀବନ

ରାଧା କୃଷ୍ଣ ମିଶି ସଂସାର ଗଢିନି

ତଥାପି ସେ ପ୍ରେମ ଅସୀମ

ସଭିଙ୍କ ଖୁସିରେ ଜୀବନ ଗଢିବା

ଏ ପ୍ରେମ ବି ହୁଏ ମହାନ ।


Rate this content
Log in

Similar oriya poem from Romance