STORYMIRROR

Kailash Chandra Behera

Romance

3  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
169



ହେ ମୋର ପ୍ରିୟା ସୁକେଶୀ 

           ସୁମତି ସୁଶିଳା ,

ସ୍ନେହେ ଅନୁକମ୍ପା ତୁମେ

           ବୁଦ୍ଧିରେ ଚପଳା ।


କ୍ଷଣିକ ଅଭିମାନିନୀ 

           କୋମଳ ହୃଦୟା ,

ସୁଚାରୁ ଭାଷିନୀ ଦୁଃଖ

           ପାଶୋରା ସୁପ୍ରିୟା ।


ପୁଷ୍ପ ଚିତ୍ରିତ ବସନେ

           ଅତି ଅଭିଳାଷ ,

ବିଚିତ୍ର ଠାଣି ତୁମର

           ସୁମଧୁର ହାସ ।


ନାତି ଦୀର୍ଘ ନାତି ସୂକ୍ଷ୍ମ

           ଶରୀର ତୁମର ,

ନାତି ଶ୍ବେତ କୃଷ୍ଣ ବର୍ଣ୍ଣେ

           ଦିଶ ମନୋହର ।


ହସ ହସ ମୁଖ ସଦା

           ତିଳେ ନାହିଁ ମ୍ଳାନ ,

ଗୁଣୁ ଗୁଣୁ ହୋଇ

ସଦା 

           ଗାଉଥାଅ ଗାନ ।


ପୂର୍ବ ଭାଗ୍ୟରୁ ମୋହର

            ହୋଇଲ ପ୍ରେମିକା,

ତୁମ ନିବିଡ଼ ପ୍ରେମରେ

            ହୋଇଗଲି ବିକା ।


କି ମୋହିନୀ କଲ ମୋତେ

           ସ୍ନେହ କରି ଦାନ ,

ତୁମରି ପ୍ରେମ ଜାଲରେ 

           ହୋଇଲି ବନ୍ଧନ ।


ଅତୀତର କଥା କେତେ

            ପଡ଼ି ଯାଏ ମନେ ,

କୁସୁମ ଆଞ୍ଜୁଳାଏ ମୁଁ

            ଯାଚିଥିଲି ଦିନେ ।


ଖୁସିରେ ନେଲ ନ ଭାବି

            ମନେ କିଛି ଆନ ,

ହସି ହସି କଥା କହି 

            ଟାଣି ନେଲ ମନ ।




Rate this content
Log in

Similar oriya poem from Romance