ପ୍ରେମ
ପ୍ରେମ
ପ୍ରେମ ବିଶ୍ଵରୂପ ପ୍ରେମ ହିଁ ପ୍ରଦୀପ
ପ୍ରେମ ପାରାବାର ଦୀପ
ପ୍ରେମ ହିଁ ପ୍ରବୀର ପ୍ରେମ ଚରାଚର
ପ୍ରେମ ମଧୁ ମୟ ମାପ ।
ସୌଦାଗର ମୟ ଭକ୍ତିର ଉଦୟ
ପ୍ରେମ ହିଁ ମଙ୍ଗଳ ମୟ
ଅଗାଧ ଭଣ୍ଡାର ବିକ୍ଷିପ୍ତ ସଂସାର
ପ୍ରାଣ ମୋ ପଙ୍କିଲମୟ ।
ଆବେଗ ହୃଦୟ ଶୟନ ସଦୟ
ସନ୍ତlପିତ ସନାତନ
ପ୍ରଚୁର ସମ୍ମାନ ଆବେଗ ମିଳନ
ବୁଭୁକ୍ଷୁ ଭାବ ବନ୍ଧନ ।
ପ୍ରାଚ୍ୟ ପ୍ରାଣ ଧନ ବିଳାସ ବ୍ୟସନ
ଶୃଙ୍ଗ ସଭ୍ୟ ଆବାହନ
ଦୁଃଖ ନିୟନ୍ତ୍ରଣ ଭାଗ୍ୟର ବନ୍ଧନ
ସଂକୀର୍ଣ୍ଣ ପ୍ରେମ ସପନ ।