ସ୍ମୃତି
ସ୍ମୃତି
ଅଳସ ଜହ୍ନ ର ରୂପେଲି ଚାନ୍ଦୁଆ
ତଳେ ଫୁଲ ଭରା ଡାଳ ।
ସବୁଜ ସବୁଜ ଘାସର ଗାଲିଚା
କଡେ କଡେ ସୁନା ଫୁଲ ।
ସୁନୀଳ ସର୍ପିଳ ଗର୍ଭିଣୀ ତଟିନୀ
ପୂର୍ଣଗର୍ଭା ତାର ସୁଅ।
ତାହାରି କୂଳରେ ହାତ ଧରାଧରି
ହସୁଥିଲା ଦୁଇ ମୁହଁ ।
ପୁନେଇଁର ରାତି ସେ ଭରା ଚଇତି
ବସନ୍ତର ମିଠା ଛୁଆଁ ।
ମହକନ ଭରା ମୃଦୁ ସମୀରରେ
ତୁମର ମାଦକ ଛୁଆଁ ।
ମଦିରାରେ ଭରା ଗୋଲାପି ଓଠର
ମଦିରା କୁ ପିଉ ପିଉ ।
କଟି ଯାଉଥିଲା କେମିତି ସେ ରାତି
ଛନ୍ଦାୟିତ ଦୁଇବାହୁ ।
p>ନୟନ ଯୁଗଳ ମାନସରୋବରେ
ଚକ୍ଷ୍ୟୁସ୍ନାନ ହେଉ ହେଉ ।
ମନର ପିପାଷା ବୃଦ୍ଧି ପାଉଥିଲା
ତୃଷ୍ଣା ମାରୁଥିଲା ଢେଉ ।
ସେଇ ଦିନ କଥା କରିଲେ ସ୍ମରଣ
ଆଜି ସବୁଲାଗେ ସ୍ବପ୍ନ ।
ବୟସର ଛାପ କରିଛି ଆଛନ୍ନ
ସମୟ ଘୋଡୁଛି ତା ଆସ୍ତରଣ ।
ଫେରିକି ଆସନ୍ତା ସେ ପୁରୁଣା ଦିନ
ପ୍ରେମ ଭିଜା ସେଇ ମନ ।
ଜୀବନ ଜଜାଳ କୋରି ନେଇଛି ଯା
ଉଦ୍ଦିପନା ଉପାଦାନ ।
ଉତ୍ତର ବୟସେ ଆଉଥରେ ସଖୀ
ରଚନ୍ତା ମଧୁ ମିଳନ ।
ପୁରୁଣା ସଂପର୍କ ସତେଜ କରିବା
ସ୍ମୃତିକୁ କରି ପୁନଃ ସ୍ମରଣ ।