STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଅପ୍ରକାଶ୍ୟ ପ୍ରେମ

ଅପ୍ରକାଶ୍ୟ ପ୍ରେମ

1 min
148

ତୁମେ ଖିଲି ଖିଲି ହସ ଧାରେ

ମୁଁ ଅପ୍ରକାଶ୍ୟ ଲୁହ ବୁନ୍ଦେ

ତୁମେ ସୁଅ ଭରା ନଦୀଟିଏ

ମୁଁ ଶଯ୍ୟାଟିଏ ଭରା ନିଦେ। 


ହସ କାନ୍ଦ ଭରା ଏ ଜୀବନ

ଏଠି କିଏ ବା ଖାଲି ହସିଛି

ମୁଁ ଜାଣେ ଯେ କାନ୍ଦିଛ ତୁମେ

ମୁଁ ବି ଲୁହରେ କେତେ ଭିଜିଛି।


କିଏ କହିଦେଲା କିଛି ବୋଲି

ତୁମେ ଥରି ଉଠ କ୍ରୋଧେ ଯେବେ,

ଏକ ନିରବ ଆଶ୍ବାସ ହୋଇ

ତୁମ ପିଠି ଥାପୁଡାଏ ତେବେ। 


ମୁଁ ମାଗିନାହିଁ ବୋଲି କିଛି

ତୁମେ କରିବସ ଅଭିଯୋଗ,

ସବୁ ପାଇଗଲା ପରେ କାହିଁ

କୁହ କରିବି ମୁଁ ଅଭିଯୋଗ !


ମୁଁ କରିଥିଲି ଆରାଧନା

ଏକ ଇପ୍ସିତ ପ୍ରଗାଢ଼ ଛୁଆଁ,

ତୁମେ ଈଶ୍ୱର ପ୍ରଦତ୍ତ ଏକ

ପ୍ରୀତିର ସରାଗ ଛୁଆଁ। 


ମୃତ୍ୟୁ ସତ୍ୟ ତାହା ସିନା ତଥ୍ୟ

ଜୀବନ ବି ନୁହେଁ ମିଥ୍ୟା,

ପ୍ରେମ ଜୀବନର ମୂଳସୁତ୍ର

ଯାହା ବିନା ଲାଗେ ସବୁ ମିଥ୍ୟା।


ପ୍ରେମ ଅପ୍ରକାଶ୍ୟ ଏକ ଧାରା

ଯାହା ବହୁଥାଏ ଅନିବାର,

ଧରି ପାରିଲେ ହାତରେ ବୁନ୍ଦେ

ଫୁଟେ ପାରିଜାତ ଏଇ ଘର।


ତୁମେ ଚଞ୍ଚଳ ଚଇତି ବାଆ

ମୁଁ ଝରା କାକରର ବୁନ୍ଦା,

ତୁମେ ସରି ସରି ଆସ ଯେବେ

ମୁଁ ସଂଜୀବନୀ ଦୁଇ ବୁନ୍ଦା।


ତୁମେ ସାତ ଜନମର ସ୍ୱପ୍ନ

ମୁଁ ଏ ଜନ୍ମର ଶେଷଗୀତ,

ମୃତ୍ୟୁ ପାଚିରୀ ସେପାଖ ଦେଶେ

କିଏ ଜାଣେ କେତେ ମିଛ ସତ !


ପଢ଼ୁ ନ ପଢ଼ୁ କେ ଆମ କବିତା

ଅପ୍ରକାଶ୍ୟ ରହିଯାଉ ପଛେ,

ତୁମେ ଗାଇବ ଶୁଣିବି ଧ୍ୟାନେ

ଶୁଣାଇବି ମୁଁ ତୁମକୁ ପଛେ।


साहित्याला गुण द्या
लॉग इन

Similar oriya poem from Romance