STORYMIRROR

Kabiratna Nutan Kumar Behera

Romance Classics Inspirational

3  

Kabiratna Nutan Kumar Behera

Romance Classics Inspirational

ସତରେ ତୁମେ ବହୁତ ଭଲ

ସତରେ ତୁମେ ବହୁତ ଭଲ

1 min
212

ସତରେ ତୁମେ ବହୁତ ଭଲ

ତୁମକୁ ଦେଖିଲେ ମୁଁ ଅନୁଭବ କରେ

ତୁମେ ଗୋଟେ ସଜଫୁଟା ଗୋଲାପ ଫୁଲ

ହସ ହସ ତୁମ ସୁନ୍ଦର ମୁହଁ

ରଙ୍ଗବୋଳା ଓଠର ପାଖୁଡ଼ାରୁ

ଝରୁଥାଏ ମହୁ ଲାଗେ ଅମୂଲ ମୂଲ

ପ୍ରେମ ମହକ ବିତରି ଦିଅ ଚଉପାଶ

ତୁମ ତନୁଲତାର ଆକର୍ଷଣରେ

ମୁଁ ତୁମକୁ ହୃଦୟ ଭରି ପାଏ ଭଲ

ସତରେ ତୁମେ ବହୁତ ଭଲ

କଅଁଳ ମଧୁର କଥା ଲାଗେ ତୁମର 

ଫଗୁଣର ମୃଦୁ ମଳୟ ସ୍ପର୍ଶ

ସରଳ ହୃଦୟ ତୁମର ଲହୁଣୀ ନରମ

ସଫେଦ ନିଷ୍ପାପ ପବିତ୍ର ମନ

ସବୁ ମୋ ଆଖି ଆଗେ କରେ ଝଲମଲ

ତୁମ ଚାହାଁଣିରେ ଭାବଭାଷା ମିଶା

ମୋ ମନ ଆକାଶକୁ ଭାସି ଆସି

ଢାଙ୍କିଦିଏ ଯେମିତି ମୌସୁମୀର ବାଦଲ

ବରଷି ଯିବାକୁ ଛମ୍ ଛମ୍ ଛନ୍ଦେ

ମେଘମହ୍ଲାରର ରାଗରେ ଗାଅ ଗଜଲ

ସତରେ ତୁମେ ବହୁତ ଭଲ

ତୁମକୁ ଦେଖିଲା ଦିନଠାରୁ ମୁଁ

ମୋ ମନର ଓଦା ଭିଜା ବତୁରା ମାଟିରେ

ବୁଣି ଦେଇଛି ସମ୍ଭାବନାର ଫସଲ

ସପନର ଚାରା କେତେ ଗଜୁରି ଉଠେ

ପ୍ରେମ ପ୍ରୀତିର ପତ୍ର ମେଲି ହୁଏ ପଲ୍ଲବିତ

ସବୁଜ ସୁନ୍ଦର ତା' ଦୃଶ୍ୟରାଜିରେ

ଦିଶଇ ମନଛୁଆଁ ଡଉଲଡାଉଲ

ଟାଣିନିଏ ମୋତେ ପ୍ରଣୟର କୁହୁକ ଜାଲ

ସତରେ ତୁମେ ବହୁତ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance