STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପରୀକ୍ଷା

ପରୀକ୍ଷା

1 min
203

ଆଉ ଘଡ଼ିକରେ କିବା ଘଟିଯିବ

ସେ କଥା ବା ଜାଣେ କିଏ,

ତଥାପି ବିଶ୍ୱାସ କାନିର ଗଣ୍ଠିରେ

ସଭିଙ୍କୁ କୋଳାଇ ନିଏ।


କିଏ ଜାଣେ କାଲି କି ଅଛି ଭାଗ୍ୟରେ

ଜନ୍ମାନ୍ତର ବା କେ ବୁଝେ,

ତଥାପି ମଣିଷ ସମ୍ପର୍କକୁ ଯୋଡ଼ି

ଭାବନାର ଋଣ ସୁଝେ।


ପତ୍ନୀଟେ ସେପରି ସ୍ଵାମୀ ପରିବାର

ସମେତ ଶୁଭ ମନାସି,

ନିଷ୍ଠା ସହକାରେ ବ୍ରତ ଉପବାସେ

ପ୍ରାର୍ଥନା କରେ ଭରସି।


ଦେଖ ଏ ମହାନ ସଙ୍କଳ୍ପ ସ୍ୱରୂପ

ହିନ୍ଦୁତ୍ୱର ଧର୍ମ ନିଷ୍ଠା,

ଅନିଶ୍ଚିତ ଏକ ଭବିଷ୍ୟତ ପାଇଁ

ଦିଶେ ଏଠି ପରାକାଷ୍ଠା।


ଏହି ସେ ଭାରତ ଯେଉଁଠି ସାବିତ୍ରୀ

ମୃତ ପତିଙ୍କୁ ଚତୁରେ,

ଯମ ଫାଶ ବନ୍ଧନରୁ ମୁକୁଳାଇ

ଆଣିଲେ ସତୀତ୍ୱ ବଳେ।


ସଂସାର ନୁହେଁ ଏ ପରୀକ୍ଷାର କ୍ଷେତ୍ର

ବାନ୍ଧି ବନ୍ଧା ହେବା ପାଇଁ,

ନିଜେ ହାରି ଜିତାପଟ ପାଇବାର

ଏ ଅଟେ ସାଧନା ଭୂଇଁ। 


ସତରେ ମହାନ ନାରୀ ଚରିତ୍ରର

ସ୍ନେହରେ ସଭିଙ୍କୁ ବାନ୍ଧି,

ପରୋକ୍ଷରେ ପାଳେ ଅଖିଳ ଜଗତ

ରଖେ ଭାବମୟ ସନ୍ଧି।


Rate this content
Log in

Similar oriya poem from Abstract