STORYMIRROR

Manas Ranjan Nayak

Abstract Inspirational

3  

Manas Ranjan Nayak

Abstract Inspirational

ଚିହ୍ନା ଅଚିହ୍ନା

ଚିହ୍ନା ଅଚିହ୍ନା

1 min
188

ଆଖି କାନ ଖୋଲିବା ବେଳଠୁ, ଚାଲିଛି ଚିହ୍ନା ଅଚିହ୍ନାର ଲୁଚକାଳି ଖେଳ

ମାତୃଗର୍ଭେ ଚିହ୍ନା ଆଲୁଅ, ଭୂମି ସ୍ପର୍ଶେ ଅଚିହ୍ନା ରତ ରତ ଅନ୍ଧାର ବେଳ

ପାହାନ୍ତି ରୁ ଗୋଧୂଳି ଯାଏ ଚାଲିଥାଏ ଅଚିହ୍ନା ରୁ ଚିହ୍ନାକୁ ରୂପାନ୍ତରଣ

ଶେଷ ଶଯ୍ୟାରେ ଥାଏ ଆଉଜଣେ ଚିହ୍ନା ପ୍ରତ୍ଯୟର ପ୍ରତୀକ୍ଷିତ ଆମନ୍ତ୍ରଣ। (୧) 


ଚିହ୍ନା ଅଚିହ୍ନାକୁ ପରଖିବାରେ ପୋଖତ ହେଉ ହେଉ, ବଦଳିଯାଏ କି ଦୃଷ୍ଟିକୋଣ ? 

ଚିହ୍ନାଏଁ ସାଜନ୍ତି ସାତପର, ଅଚିହ୍ନା ପାଖରେହିଁ ଅମାୟିକ ଆକର୍ଷଣ ! 

ସ୍ବାର୍ଥ କାମନାର ବହଳ ଆବରଣେ, ସୁସ୍ଥ ଚିହ୍ନା ସମ୍ପର୍କର ସୂକ୍ଷ୍ମ ଶାଖା

ତ୍ୟାଗ ସମର୍ପଣେ ବଳିପଡେ, ଜୀବନରେ ଚିହ୍ନା ଅଚିହ୍ନାର ଲକ୍ଷ୍ମଣରେଖା। (୨) 


ଅଭିମାନ ଅଭିଯୋଗରେ ଅଭିମନ୍ତ୍ରିତ ହୋଇ ଅଚିହ୍ନା ନିଏ ଚିହ୍ନାର ପରିଚୟ

ପ୍ରତାରଣାର ଶରବ୍ୟ ପ୍ରାନ୍ତରେ ବଦଳିଯାଏ ଚିହ୍ନା ଅଚିହ୍ନାର ବଳୟ 

ଅମୃତ ମାନବତ୍ବେ ମହ ମହ ସେ ଆଶ୍ଳେଷ,ତ୍ଯାଗ ପ୍ରେମ ଆଉ କର୍ତ୍ତବ୍ଯ

ଚିହ୍ନା ଖାଲି ସ୍ବକର୍ମ ଏଠି, ଅଚିହ୍ନା ତୋ ଧର୍ମ ପ୍ରାରବ୍ଧ ମୋକ୍ଷ ଭବିତବ୍ୟ। (୩) 



Rate this content
Log in

Similar oriya poem from Abstract