STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସମ୍ପର୍କଠୁ ବହୁତ ଦୂରେ

ସମ୍ପର୍କଠୁ ବହୁତ ଦୂରେ

1 min
199


ଜୀବନ ମନୁଷ୍ୟ ଅଟେରେ


ନୁହେଁଟି ସେହୁ ନିରନ୍ତରେ


ଭିଆଣ ଏହା ପ୍ରଭୁଙ୍କର


ଏହୁ ଜନ୍ମମୃତ୍ୟୁ ସତ୍ୟର।  

   

      

ହୁଏରେ ବଡ଼ ଧିରେଧିରେ


ଥାଏରେ ସେହୁ ସମ୍ପର୍କରେ 


ଅଗାଢ କର୍ମକୁ କରେରେ 


କର୍ମଜ୍ଞାନ ଅଟେ ବଡ଼ରେ।


ଜୀବନ ଯାତ୍ରା ସମ୍ପର୍କର


ତାବିନୁ ବୃଥା ଜୀବନର


ଥାଏ ନିହିତ ନିରନ୍ତର


ନଥାଏ ଭେଦଭାବ ତାର।


 ସ୍ଥାୟୀ ନୁହେଁରେ ଏ ଜୀବନ


 ନାହିଁରେ ଏହୁ ଚିରଦିନ


 ହୁଏ ସମ୍ପର୍କ ବହୁ ଦୂର


 ରୁହେରେ ସ୍ମୃତି ନିରନ୍ତର।


ଶରୀରୁ ଛାଡି ଯାଏ ପ୍ରାଣ


ବିଭିନ୍ନ ଜୀବରେ ଭ୍ରମଣ


ଶାସ୍ତ୍ରରେ ଅଛିରେ ପ୍ରମାଣ


ଜନ୍ମର ମୃତ୍ୟୁର ଶ୍ରବଣ।


 ତହୁଁ ସମ୍ପର୍କୁ ବହୁ ଦୂରେ


 ଶ୍ମଶାନ ପିଣ୍ଡର ଦାହାରେ


 ମିଳନ ଆତ୍ମା ପ୍ରମାତ୍ମାରେ


 ଅନାଦି ଅନନ୍ତ ସୃଷ୍ଟିରେ।


ଥାଏ ନି ଚିରଦିନ ସେହୁ


ସ୍ମୃତି ସମ୍ପର୍କେ ରୁହେଏହୁ


ସମ୍ପର୍କୁ ଅତି ଦୂର ସେହୁ


ଜଗାଙ୍କ ଭିଆଣ ଟି ଏହୁ।


 ଧାତାର ଗାର ସତ୍ୟ ହୁଏ


 ସମୟ ହେଲେ ମୃତ୍ୟୁହୁଏ


 ଲିଖିତ ଗାର ସତ୍ୟ ହୁଏ


 ସମ୍ପର୍କୁ ସେହୁ ଦୂର ହୁଏ।



ସୃଷ୍ଟିଟି ପ୍ରଭୁଙ୍କ ବିଚିତ୍ର


କର୍ମହିଁ ଜୀବନର ସ୍ରୋତ


କର୍ମ ହିଁ ସମ୍ପର୍କର ମନ୍ତ୍ର


ଅଟେରେ କର୍ମ ମହାମନ୍ତ୍ର।


କର୍ମହିଁ ଜୀବନ ଅଟେରେ

   

ତହିଁ ଜରୁରୀ ସମ୍ପର୍କରେ


ରଖ ସମ୍ପର୍କ ନିରନ୍ତରେ


ସମ୍ପର୍କ ଅମୂଲ୍ୟ ନିଧିରେ।


ଜୀବନେ କର ବିଭୁ କାର୍ଯ୍ୟ 


ରହୁ ସମ୍ପର୍କେ ତହିଁ କାର୍ଯ୍ୟ


ସମ୍ପର୍କ ବିନୁ ନାହିଁ କାର୍ଯ୍ୟ


ଜୀବନେ ଏହୁ ଅନିର୍ବାଯ୍ୟ।


କିପରି ସୃଷ୍ଟି ର ଭିଆଣ


କାଳିଆ କଲୁରେ ନିର୍ମାଣ


ସମ୍ପର୍କୁ ଦୂରର କାରଣ


ମୃତ୍ୟୁର କଲୁରେ ନିର୍ମାଣ।




Rate this content
Log in

Similar oriya poem from Abstract