Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Tragedy

3  

Bharatabandhu Biswal

Romance Tragedy

ତୁମ ବିନା

ତୁମ ବିନା

1 min
205


ବୁଝି ହୁଏନାହିଁ କାହିଁକି ବିଚ୍ଛେଦ

 ଦୁର୍ବିପାକ ଅଚାନକ

କରେ ବଜ୍ରପାତ ଦାମ୍ପତ୍ୟ ପ୍ରେମରେ

ଦିଅଇ ଦାରୁଣ ଦୁଃଖ ।

ଶତ ଚେଷ୍ଟା କଲେ ଯୋଡି ହୁଏନାହିଁ

ହୃଦୟ ଥରକୁ ଥର

ଜର୍ଜରେ ଜୀବନ ବିରହ କାତର

ମିଳେନାହିଁ ଥଳକୂଳ ।

ଓଠ ପିଇଯାଏ ଆଖିର ଲୁହକୁ

ଦେଖିଲେ ଲାଗଇ ଡ଼ର

ଫୁଟାଏନି ପ୍ରେମ ମୁଖେ ମଧୁହସ

ପ୍ରେମ ନାମେ ଆସେ ଜର ।

ହୁଅ ନାହିଁ ପ୍ରିୟା ଏଡେ ଅମାନିଆ

ହୃଦୟ ଦିଅନି ଭାଙ୍ଗି

ତୁମ ବିନା ଏକା ନିସଙ୍ଗ ବିହଙ୍ଗ

ପାରିବକି ଏକା ଉଡି ?

 


Rate this content
Log in

Similar oriya poem from Romance