Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ନିଦାଘ କାଳ

ନିଦାଘ କାଳ

1 min
7


ହୃଦୟେ ପ୍ରବଳ ନିଦାଘର ଜ୍ୱାଳା 

କୃଷ୍ଣ ପ୍ରେମ ଅନ୍ବେଷଣେ

ଯାଅ ପ୍ରାଣସଖୀ ବେଗେ ଆସ ଦେଖି

ଗହନ କୁଞ୍ଜ କାନନେ ।


ଯାଅ ଚନ୍ଦ୍ରାବଳୀ ଲଳିତା ବିଶାଖା

ନକର ଅଧିକ ଡେରି

କହନ୍ତି ରାଧିକା କରି ଅନୁନୟ

ସ୍ମରି ଦୂତୀ ସହଚରୀ ।


କୃଷ୍ଣ ପ୍ରାଣଧନ ରାଧିକା ବଲ୍ଲଭ

ମୋହନ ମୂରଲୀଧର 

ହୃଦୟ ସନ୍ତାପ ହରନ୍ତି ମାଧବ

ବିକଚ ନବ କମଳ ।


ହରି ରସ ସୁଧା ଶାନ୍ତ ସୁଶୀତଳ 

ଫଳଛାୟା ସମନ୍ଵିତ 

ବିରହେ ରାଧିକା ମାନସୀ ତନ୍ମୟା

ଅନୁରାଗେ ସନ୍ତାପିତ ।


ଅମୀୟ ପୂରିତ ଶ୍ରୀହରି ଚରିତ

ବଟବୃକ୍ଷ ସନ୍ନିଧାନେ

ମିଳୁ ପାଦପଦ୍ମେ ଅଭୟ ଆଶ୍ରୟ

ଚିନ୍ତୁ ମନ ଅନୁକ୍ଷଣେ ।

    


Rate this content
Log in

Similar oriya poem from Classics