Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ଅନ୍ତଃସ୍ୱର

ଅନ୍ତଃସ୍ୱର

1 min
176



ପ୍ରେମ କି ନିଷିଦ୍ଧ ସମ୍ପର୍କ

ପ୍ରଣୟ କି ମହାପାପ?

କାହିଁ ପାଇଁ ପୁଣି ଏତେ

ଅନୁଶଙ୍କା ଅନୁତାପ ?


ଯଦି ଏତେ ଘୃଣ୍ୟ ତୁମ ପାଇଁ

ଦୁଇ ମନ ଓ ଦେହର ମିଳନ

ତେବେ କାହିଁ କର 

ବିବାହର ବୃଥା ଆୟୋଜନ ?


ବେନି ପ୍ରାଣୀର ପ୍ରଗାଢ଼ ଅନୁରକ୍ତି

ହୃଦୟର ଭାବୋଚ୍ଛ୍ଵାସ ଦୃଢ଼ ସମ୍ମତି

କଣ ନୁହଁଇ ଯଥେଷ୍ଟ

ଏଥି ପାଇଁ ଲୋଡ଼ା ପୁଣି

ଚିରାଚରିତ ସାମାଜିକ ସ୍ଵୀକୃତି ?


ବୈଦିକ ମନ୍ତ୍ରୋଚାରଣ ମଧ୍ଯେ

ରଚି ବହୁ ଆଡ଼ମ୍ବର

ଗୃହର ଚାରିକାନ୍ଥ ଘେରା

ରୁଦ୍ଧ କୋଠରୀରେ

ବଳପୂର୍ବକ କର ଯୌନ ଉତ୍ପୀଡ଼ନ

ବିବାହର ମଖମଲି ପର୍ଦ୍ଦା ଆଢୁଆଳେ

ଅନୂଢ଼ା ଅବଳା ନାରୀରେ ଧର୍ଷଣ !


ମାତ୍ର ଦେହଟିକୁ ଭୋଗିବା ପାଇଁକି

ଯଦି ଏତେ ପ୍ରଥା ପରମ୍ପରା

କଟୁ କାଇଦା କଟକଣା

ଅଯଥାରେ କିଏ ବା କାହିଁକି

ଭୋଗିବ ଅସହ୍ୟ ଯନ୍ତ୍ରଣା ?


ଯେଉଁ ଦେହ ବା ଦେହୀର

ସତୀତ୍ବ ଶୁଦ୍ଧତା ପରୀକ୍ଷଣ

ହେତୁରୁ ଏତେ ଅଗ୍ନିପରୀକ୍ଷାର

ଅସହ୍ୟ ଦୁଃସହ୍ଯ ମାନସିକ ଯନ୍ତ୍ରଣା

ସେଇ ଦେହକୁ ତ ଥରେ ପଚାର

କଣ ତା'ର ଲୋଡ଼ା ପ୍ରଣୟ ନା ଧର୍ଷଣ ?


କି ଉତ୍ତର ମିଳୁଛି

ତାହା ଧୈର୍ଯ୍ୟଧରି ବାରେ

କର୍ଣ୍ଣ ମନ ଖୋଲି କରି ଶୁଣ

ସେ' ଦେହୀ ଚାହେଁ କଣ

ରତୀସୁଖ ନା କଷଣ ?


ଦେହର ବି ଅଛି ଇଛା

ଅଛି ଜୈବିକ ପ୍ରତ୍ଯାଶା

କଷଣ ଧର୍ଷଣ କି କରି

ପାରିବ ପୁରଣ ସେଇ

ସବୁ ଦେହୀ ମନୋବାଞ୍ଛା ?



Rate this content
Log in

Similar oriya poem from Abstract