STORYMIRROR

Sambit Srikumar

Abstract Tragedy Classics

4  

Sambit Srikumar

Abstract Tragedy Classics

ଗୁଳି

ଗୁଳି

1 min
260

ସବୁ ଗୁଳିର ଭାଗ୍ୟରେ ନଥାଏ

ଜୀବନ ନେବାର ସୌଭାଗ୍ୟ ଅବା ସୁଯୋଗ

ବନ୍ଧୁକରୁ ଫୁଟିଥିବା କିଛି ମାତ୍ର

ଗୁଳି କରନ୍ତି ସଠିକ୍ ଲକ୍ଷ୍ୟଭେଦ

ତ ଆଉ କେତେକ ହୁଅନ୍ତି ଲକ୍ଷ୍ଯଚ୍ଯୁତ l

ଶୀକାରୀ ଯେତେ ଦକ୍ଷ କି ପାରଙ୍ଗମ

ହୋଇଥାଉ ପଛକେ ସବୁ ଗୁଳିର

ଭାଗ୍ୟରେ ନଥାଏ ଲକ୍ଷ୍ଯଭେଦର ଗୌରବ

ଶୀକାରର ଅଖଣ୍ଡ ସୌଭାଗ୍ୟ ବି

ବେଳେ ବେଳେ ସାଜିଥାଏ ସୁରକ୍ଷା କବଚ

ବିଚରା ଗୁଳି ହୁଅଇ ନିନ୍ଦିତ l

ଏଇ ଗୁଳି ବି ଦେଖେ ମଣିଷ ସମାଜର

ଅଲ୍ଲଂଘନୀୟ ଶ୍ରେଣୀ ଭେଦ ଜାତିଆଣ ଭାବ

ତଦନୁଯାୟୀ କରିଥାଏ ଭେଦଭାବ

ଗୁଳି ଚୋଟରେ ରାଜନେତା ପଡ଼ିଲେ ଟଳି

ଅଚାନକ ପାଲଟିଯାଏ ସିଏ ମହାନୁଭବ ମହାମାନବ l

ଯେବେ ଏଇ ଗୁଳି ସାଧାରଣ ମେହନତି

ମଣିଷର ଛାତିକୁ କରିଦିଏ ଲହୁଲୁହାଣ

ସିଏ ପାଲଟିଯାଏ ଅଜ୍ଞାତ ଶବ

ଆତତାୟୀ ଦେହରେ ବାଜିଲେ

ପଳାତକ ଭାବେ ହୁଏ ଆଖ୍ୟାୟିତ l

ଏଇ ଗୁଳି ବି କେବେ କେବେ

କାହିଁ ପାଇଁ ଆଣଇ ଗୌରବ

ଶତ୍ରୁର ଗୁଳି ଯେବେ ଭେଦ କରଇ

ସୀମାନ୍ତର ସମସ୍ତ ସୁରକ୍ଷା କବଚ

ମାତୃଭୂମିର ମର୍ଯ୍ୟାଦା ପାଇଁକି

ବୀର ସୈନିକ ହସି ହସି ଦିଏ ଆତ୍ମବଳି

ବୀରଗତି ପ୍ରାପ୍ତ ଅନ୍ତେ ଅମର

ଶହୀଦ ନାମରେ ହୁଏ ସମ୍ମାନିତ ll


Rate this content
Log in

Similar oriya poem from Abstract