Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.7  

Sambit Srikumar

Abstract Classics Inspirational

ଆମ ଗଣତନ୍ତ୍ର

ଆମ ଗଣତନ୍ତ୍ର

1 min
248



ସ୍ବରାଜ ଓ ସୁରାଜର ସ୍ଲୋଗାନରେ

ପଥଭ୍ରଷ୍ଟ ନୈତିକ ମୂଲ୍ୟବୋଧ

ବଂଶବାଦୀ ବାହୁବଳୀ ନ୍ଯସ୍ତସ୍ବାର୍ଥୀଙ୍କ

ନାଗଫାଶରେ ରାଷ୍ଟ୍ର ନୀତି କବଳିତ l

ଶ୍ରେଣୀହୀନ ସମାଜର ସୁନେଲି

ସବୁଜ ସ୍ବପ୍ନ ସୁଦୂର ପରାହତ

ଉଗ୍ରବାଦ ଓ ଆଞ୍ଚଳିକବାଦର

ଗରଳ ଜ୍ୱାଳାରେ ଅଖଣ୍ଡତା ଜର୍ଜରିତ l

ଅନାହାର କୁପୋଷଣର କଷଣରେ

ସଢୁଛି ଏଇ ଦେଶର ଭବିଷ୍ୟତ

କତିପୟ ଧନାଢ୍ୟ ବ୍ଯାପାରୀ ହସ୍ତେ

ନ୍ଯସ୍ତ ଜାତିର ସକଳ ସମ୍ପଦ l

ସଂରକ୍ଷଣବାଦର କୁପ୍ରଭାବେ ପ୍ରବାସେ

ଶରଣାର୍ଥୀ ସାଜିଛି ମେଧାବୀ ଭୂମିପୁତ୍ର

ନାଗରିକର ବ୍ଯକ୍ତିଗତ ସ୍ବତନ୍ତ୍ରତାରେ

ସରକାରୀ କଳର ଅବାଧ ହସ୍ତକ୍ଷେପ l

ସ୍ବାଧୀନଚେତା ନିରପେକ୍ଷ ବିଜ୍ଞ ବ୍ଯକ୍ତି

ଦେଶଦ୍ରୋହୀର ଆଖ୍ୟାରେ ସମ୍ମାନିତ

ଭୋଟବ୍ୟାଙ୍କ ରାଜନୀତିର ପଶାପାଲିରେ

ମହାନ ସମ୍ବିଧାନ ନ୍ୟାୟଶାସ୍ତ୍ର ଭୂଲୁଣ୍ଠିତ l

ମୁଦ୍ରାସ୍ଫୀତିର ତାଡ଼ନାରେ ତ୍ରାହି ତ୍ରାହି

ଡାକଇ ମେହନତୀ ଖଟିଖିଆ ମଣିଷ

ଭ୍ରଷ୍ଟାଚାରର ମହାମାରୀରେ ସଭିଏଁ

ବିଶେଷ ଆକ୍ରାନ୍ତ ବିବଶ ସର୍ବସ୍ବାନ୍ତ l

ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର

ଭାବେ ତଥାପି ଆମେ ସମସ୍ତେ ଗର୍ବିତ

ସମୃଦ୍ଧ ସଶକ୍ତ ସାର୍ବଭୌମତ୍ବର ଆଶାରେ

ଭାରତବର୍ଷର ଅନ୍ତରାତ୍ମା ଆଜିବି ଜୀବିତ ll


Rate this content
Log in

Similar oriya poem from Abstract