Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ଦୀପୋତ୍ସବ

ଦୀପୋତ୍ସବ

1 min
121


ଶତାବ୍ଦୀ ଶତାବ୍ଦୀର ଅନନ୍ତ ପ୍ରତୀକ୍ଷାର 

ହୋଇଅଛି ଆଜି ଅବସାନ

ଅମା ଅନ୍ଧକାରର ବୁକୁ ଚିରି

ଗୌରବେ ଜଳି ଉଠୁଛି ପଥ ପ୍ରାନ୍ତେ 

ଗୃହର ଆଙ୍ଗନେ ଅସଂଖ୍ଯ ଦୀପାଳୀ

ହୋଇବ ମର୍ଯ୍ୟାଦା ପୁରୁଷୋତ୍ତମ

ଶ୍ରୀରାମଚନ୍ଦ୍ର ଦେବଙ୍କର ଶୁଭ ଆଗମନ। 


ପୁରବାସୀ ରହିଛନ୍ତି ଚାହିଁ ଚାତକ ପରାୟେ 

ଚତୁର୍ଦଶ ବର୍ଷର ବନବାସର ମିଆଦ

ଯେ ହୋଇଯିବ ଏମିତି ପ୍ରଲମ୍ବିତ

ମାତୃଭୂମି ପ୍ରତ୍ଯାବର୍ତ୍ତନ ଆଶାର ପଦ୍ମ

ଯାଉଥିବ ଘୁଞ୍ଚି ଘୁଞ୍ଚି ଦୂରକୁ ଦୂରକୁ 

ବାରମ୍ବାର ପ୍ରତିଥର ଆସ୍ଥା ବିଶ୍ବାସ 

ଧର୍ମ ଧର୍ମାନ୍ଧତା ଓ ଧର୍ମନିରପେକ୍ଷତାର 

କପଟ ପଶାପାଲିର ଦାଓପେଞ୍ଚରେ

ଆଦାଲତରେ ଗଡୁଥିବ ମାମଲା 

ବୈମାତୃକ କାଳ କ୍ଷେପଣ ନୀତିରେ। 


କୈକେୟୀ ମନ୍ଥରା ମାରିଚି ଆଦି 

ଯେତେକ ବହୁରୂପୀ ନ୍ୟସ୍ତ ସ୍ବାର୍ଥୀ ଚରିତ୍ର 

ଲଭୁଛନ୍ତି ଜୀବନ୍ୟାସ କାଳ କାଳାନ୍ତର 

ଅଜର ଅମର ତାହାଙ୍କ ଜାଗତିକ ସତ୍ତା 

କ୍ଷମତା ପ୍ରାପ୍ତି ନିମନ୍ତେ ପୂର୍ବପୁରୁଷଙ୍କ ସ୍ମୃତି 

ଜାତିର ଅସ୍ତିତ୍ବ ଅସ୍ମିତା ବିଲୁପ୍ତି ପାଇଁକି 

ମୁକ୍ତ କଣ୍ଠେ ଦୃଢ ମନେ ବଦ୍ଧପରିକର। 


କିଏ କହୁଛି ଶ୍ରୀରାମ କାଳ୍ପନିକ 

କତିପୟଙ୍କ କଳ୍ପନା ପ୍ରସୂତ 

ପୁଣି କିଏ କହେ ପୁରାଣ ନୁହେଁ 

ଏ' ଜାତିର ଇତିହାସ 

ଏକପତ୍ନୀ ବ୍ରତ ପାଳି ପିତୃସତ୍ୟ ରକ୍ଷାକରି 

ସିଂହାସନ ତ୍ଯାଗ କରି ମର୍ଯ୍ୟାଦା ପୁରୁଷୋତ୍ତମ 

ବନିବା କି ସହଜ କଥା? 


ହେ ପୁରୁଷୋତ୍ତମ! 

ଆସ ଆଜି ଦୀପାବଳିର ଶୁଭ ଲଗନରେ 

ଉନ୍ମୁକ୍ତ ଆଜି ତୁମ୍ଭ ସ୍ବାଗତ ଲାଗି 

ମାତୃଭୂମି ଜନ୍ମବେଦୀର ସଦର ଦୁଆର 

ବିରାଜ ସବୁରି ହୃଦୟ କନ୍ଦରେ 

ନାଶ କର ଷଡରିପୁ ମନୁ ମୋର।



Rate this content
Log in

Similar oriya poem from Abstract