STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଦ୍ରୋଣାଚାର୍ଯ୍ୟ

ଦ୍ରୋଣାଚାର୍ଯ୍ୟ

1 min
262

ହେ ଗୁରୁଦେବ ଗୁରୁଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ!

ତୁମେ ହିଁ ତ ଗୁରୁକୂଳର ଗର୍ବ ଓ ଗୌରବ

ଜନନୀ ଜନ୍ମଭୂମି ଠୁଁ ବି ତୁମେ ଗରିୟାନ

ଚିରକାଳ ସ୍ମୃତି ତୁମ କୀର୍ତ୍ତି ତୁମ ଅମଳିନ!!

ଲଭି ନାହିଁ ଜନ୍ମ ମୁହିଁ ଯେଣୁ ତୁମରି ଯୁଗରେ

ଶିଷ୍ଯତ୍ବ ଯୋଗ୍ୟତା ନାହିଁ ମୋହରି ଭାଗ୍ୟରେ

ଶୁଣି ଶୁଣି ତୁମ ବାଣୀ ଯଶ କୀର୍ତ୍ତିର କାହାଣୀ

ସଦା ନତ ମୋର ଶୀର୍ଷ ତୁମରି ପୟରେ!!

ମୋ' ଚପଳ ମତିରେ ସୃଜଇ ମୃଦୁ ମୃଦୁ ଭୂମିକମ୍ପ

ସ୍ଫୁରେନି ବଚନ ବାଷ୍ପରୁଦ୍ଧ ହୋଇଯାଏ ପ୍ରଶ୍ନବାଣରେ

ଗୁରୁ ତ ନିରପେକ୍ଷ ସମତାର ମୂର୍ତ୍ତିମନ୍ତ ପ୍ରତୀକ

ଶାସ୍ତ୍ର ଶସ୍ତ୍ର ତର୍କ ବିତର୍କ ବାଦ ବିବାଦ ସବୁରି ଉର୍ଦ୍ଧ୍ବରେ!!

କିବା ଭୁଲ୍ ଥିଲା ନିଷାଦପୁତ୍ର ଏକଲବ୍ୟର?

ଦୂରୁ ଗୁରୁ ରୂପେ ତୁମକୁ କରିଥିଲା ତ ସ୍ବୀକାର

କାୟମନୋବାକ୍ଯରେ ମଣିଥିଲା ସାକ୍ଷାତ ଇଶ୍ବର

ହସି ହସି ଅର୍ପି ଦେଇଥାନ୍ତା ସିଏ ଆପଣାର ଶୀର!!

କିମ୍ପାଇଁ ଦାନବୀର କର୍ଣ୍ଣ ଶିଷ୍ଯତ୍ବରୁ ହୋଇଲେ ବଞ୍ଚିତ?

ଗୁରୁଶ୍ରେଷ୍ଠ ହୋଇ ବିଦ୍ଯାଦାନେ ହୋଇଲ କୁଣ୍ଠିତ

ବିଦ୍ଯାର୍ଜନରେ ତ ଅଛି ସଭିଙ୍କର ସମ ଅଧିକାର

ଅର୍ଥ ଐଶ୍ଵର୍ଯ୍ୟ ବର୍ଣ୍ଣ ପ୍ରତିପତ୍ତିର ନାହିଁ ତ ବିଚାର!!

ଆଜି ଆସି ଦେଖ ଗୁରୁଦେବ ଏଇ ଆମର ଯୁଗରେ

ଲୋଡ଼ା ନାହିଁ ଶ୍ରଦ୍ଧା ଭକ୍ତି ନିଷ୍ଠା ବିଦ୍ଯାର୍ଥୀ ପ୍ରାଣରେ

ବିଦ୍ଯାର ବସିଛି ବଜାର ଖୋଲିଛି ଅସଂଖ୍ୟ ବିପଣି

ଅର୍ଥର ବିନିମୟରେ ଯେ କେହି ବି ନେଇପାରେ କିଣି!!

ବିଚାରବନ୍ତ ବିଜ୍ଞ ପ୍ରଜ୍ଞାନ ପ୍ରବୁଦ୍ଧ ପୌରୁଷ କି ହାରିଯାଏ

ମତଲବୀ ଶାସକବର୍ଗର ପାଶରେ ପାରିତୋଷିକ ଆଶାରେ?

ଧର୍ମର କି ଅର୍ଥ ବ୍ଯାଖ୍ଯା ସଂଜ୍ଞା ପରିଭାଷା ବଦଳିଯାଏ

ଶାସନତନ୍ତ୍ରର ପଟ୍ଟ ପରିବର୍ତ୍ତନରେ ଆପଣା ଆପଣା ସ୍ବାର୍ଥରେ?


Rate this content
Log in

Similar oriya poem from Abstract