Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Action Inspirational

4.7  

Sambit Srikumar

Action Inspirational

ଗୁମାସ୍ତା

ଗୁମାସ୍ତା

1 min
407


ଚିତ୍ରଗୁପ୍ତଙ୍କ ପାଞ୍ଜି ପରି ଅତି ଯତ୍ନପୂର୍ବକ ପ୍ରାଣପଣେ

ଆନର ହିସାବ ସାଇତି ରଖୁଥିବା ସେଇ ଲୋକଟିକୁ

କେବେ ବି ତର ସହେ ନାହିଁ ନିଜର, ନିଜ ପରିବାରର

ହସଖୁସି ହାନିଲାଭ ସୁଖଦୁଃଖର ହିସାବ ରଖିବାକୁ!!

ନା ପର୍ବପର୍ବାଣୀ ବିବାହ ବ୍ରତ ମେଳା ମଉଛବ ଶ୍ରାଦ୍ଧ

ଜନ୍ମଦିନ ଅବା ବିବାହ ବାର୍ଷିକୀ ତିଥି କେଉଁଦିନ ବି

କେବେ ରହେ ନାହିଁ ମନେ ତାହାର ପାଳନ କରିବାକୁ

କର୍ତ୍ତବ୍ୟର ଦାୟରେ ତଥାପି ସିଏ କାଳେ ହିସାବୀ!!

ମାତାପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ପୁତ୍ରକନ୍ଯାଙ୍କ ଶିକ୍ଷାଦୀକ୍ଷା

ବୁଝିବାକୁ ବି ନଥାଏ ତା' ପାଖରେ ଜମାରୁ ଟିକିଏ ବେଳ

ବୈଧାନିକ ଅନୁପାଳନର ଶେଷ ଅବଧି ହାତ ଓ ପାଦରେ

ବେଢ଼ି ଦେଇଥାଏ ସଦା ସର୍ବଦା ଅଦୃଶ୍ୟ ସୁଦୃଢ଼ ଶୃଙ୍ଖଳ!!

ଟଙ୍କା ପଇସା ହିସାବକିତାବ ଦେଣନେଣ ଲାଭ କ୍ଷତିର

ଅଙ୍କ କଷୁ କଷୁ ବିତିଯାଏ ବୟସ ସଫେଦ ହୁଏ କେଶ

ନା ହିସାବରୁ ତା'ର ମୁକ୍ତି ଥାଏ ନା ଥାଏ କେବେ ଫୁରୁସତ

ସିଏ ତ ବୃତ୍ତିରେ ଗୁମାସ୍ତା ଆମୃତ୍ୟୁ ହିସାବର କ୍ରୀତଦାସ ll


Rate this content
Log in

Similar oriya poem from Action