Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ନୀଳଙ୍କଠ

ନୀଳଙ୍କଠ

1 min
124



ଜଗତ କଲ୍ୟାଣ ପାଇଁ

ଜଗତବାସୀକ ଉଦ୍ଧାର ପାଇଁ

ହଳାହଳ ବିଷ ପାନ କରି

ତୁମେ ବୋଲାଇଲ ନୀଳକଂଠ ।

କିଂତୁ ଏବେ ବିଷୟା ବିଷରେ ଗ୍ରସ୍ତ ଯୁବ ସମାଜ

ନୀଳତୃଷ୍ଣାର ନିର୍ବାପନ ପାଇଁ

ଖୋଜି ବୁଲୁଛତି

ସାତରୁ ସତୁରି- ଆଲାଜୁକ ସାବଧାନ ।

ସମଗ୍ର ପରିବେଷ୍ଟନୀଟି ଏବେ ପ୍ରଦୂଷିତ

ଚତୁର୍ଦିଗ ନୀଳ ଜହରରେ ଭରପୁର

ଆତଂର୍ଜାତିକ ମହିଳା ଦିବସ ପାଳନରେ

ଖବର ଆସୁଛି ଚଳତା କାର୍ ରେ ଗଣର୍ଧର

ପରକ୍ରୀୟା ପ୍ରୀତିର

ସଂପର୍କର ବିସମୀକରଣର- ଅକଥନୀୟ ଲଜ୍ଜାର

ସମାଜକୁ ଆବଶ୍ୟକ ଆଉ

ଏକ ସମୁଦ୍ର ମଂଥନର- ନୀଳକଂଠକର

ଦେଖାଯାଉଛି କେବେ ନିଦ ଭାଂଗୁଛି ଅନାସକ୍ତ- ବୁଦ୍ଧିଜୀବୀଙ୍କର

କେବେ ସେମାନଂକ ସୁଚିଂତିତ ପରାମର୍ଶରେ

ଯୁବପୀଢୀର ଅଂତସ୍ୱରର ହେଉଛି ବିଶୁଦ୍ଧୀକରଣ

ନୀଳତୃଷ୍ଣା ରୂପାତଂରିତ ହେଉଛି ସଂପର୍କର

ସୁରମ୍ୟ ସୃଜନଶୀଳତାରେ

ଅବୋଲକରା ନଂଦି ହୋଇଯାଉଛି

ପକ୍ଷପ୍ରଶ୍ନରେ- ଅଭିଶପ୍ତ ଗଂଧର୍ବର

ଅଂତରଗ ଅସହାୟତାରେ

ସମାଜ ଶୁଦ୍ଧ ହେଉଛି ବିମୁଦ୍ରିତ

ବ୍ୟବସ୍ଥାର ଶ୍ରବଣୀ କବିତାରେ ।।


Rate this content
Log in

Similar oriya poem from Classics