Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

4.0  

Anirudha Kund

Classics

ଆହେ ମୋର ଚକାଆଖି

ଆହେ ମୋର ଚକାଆଖି

1 min
122



ଦେଖିଛି ଦେଖୁଛ ଅଦେଖା ହେଉଛ 

   ଆହେ ମୋର ଚକାଆଖି

ଦଣ୍ଡୁଛ କାହିଁକି ବିମୁଖ ହୋଇକି 

   ମୋର କେଉଁ ଦୋଷ ଦେଖି ।


ବିମୁଖ ହେବାର ଇଚ୍ଛା ଯେବେ ଥିଲା

  ପ୍ରେମେ ଦେଲ କାହିଁ ଯୋଖି

ଦାରୁବ୍ରହ୍ମ ମୋର ଚାରୁ ରୂପେ ତୋର

  ମନ ପୁରା ଗଲା ଲାଖି

ଆଡେଇ ଦିଅନା ଦାସ କୁ ତୁମର 

  ହୃଦେ ରଖ ନାମ ଲେଖି ।


ଭବ ସାଗର ରୁ ଭାବ ସାଗରକୁ

  ନିଅ ମୋତେ ଚକାଆଖି 

ନିତ୍ୟ ମୁଁ ସେବିବି ଭୃତ୍ୟ ଟିଏ ହୋଇ

  ତୁଳସୀ ଚନ୍ଦନ ମାଖି 

ତୁମ ନାମ ଧରି ମୋହନ ମୁରାରୀ

  ବୁଜି ଦେବି ମୁହିଁ ଆଖି ।


Rate this content
Log in

Similar oriya poem from Classics