STORYMIRROR

Anirudha Kund

Classics

3  

Anirudha Kund

Classics

ଆହେ ମୋର ଚକାଆଖି

ଆହେ ମୋର ଚକାଆଖି

1 min
126


ଦେଖିଛି ଦେଖୁଛ ଅଦେଖା ହେଉଛ 

   ଆହେ ମୋର ଚକାଆଖି

ଦଣ୍ଡୁଛ କାହିଁକି ବିମୁଖ ହୋଇକି 

   ମୋର କେଉଁ ଦୋଷ ଦେଖି ।


ବିମୁଖ ହେବାର ଇଚ୍ଛା ଯେବେ ଥିଲା

  ପ୍ରେମେ ଦେଲ କାହିଁ ଯୋଖି

ଦାରୁବ୍ରହ୍ମ ମୋର ଚାରୁ ରୂପେ ତୋର

  ମନ ପୁରା ଗଲା ଲାଖି

ଆଡେଇ ଦିଅନା ଦାସ କୁ ତୁମର 

  ହୃଦେ ରଖ ନାମ ଲେଖି ।


ଭବ ସାଗର ରୁ ଭାବ ସାଗରକୁ

  ନିଅ ମୋତେ ଚକାଆଖି 

ନିତ୍ୟ ମୁଁ ସେବିବି ଭୃତ୍ୟ ଟିଏ ହୋଇ

  ତୁଳସୀ ଚନ୍ଦନ ମାଖି 

ତୁମ ନାମ ଧରି ମୋହନ ମୁରାରୀ

  ବୁଜି ଦେବି ମୁହିଁ ଆଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics