ଶୀତରେ ପଞ୍ଚବଟୀ
ଶୀତରେ ପଞ୍ଚବଟୀ
ଫୁଟିଲାଣି ଅଦିନିଆ ଫୁଲ,
ପବନର ତାଳେ ତାଳେ ହଲାନ୍ତି ମଥାକୁ
ହସୁଛି ପାହାଡ଼ ଏଠି ହସୁଛି ଜଙ୍ଗଲ ।
ପୂର୍ବାକାଶେ ଯେବେ ସୂର୍ଯ୍ୟ ଉଠେ,
ପୃଥିବୀରେ ଛାଇଯାଏ ପ୍ରେମର ଭାବନା
ଖୁସିର ମହକ ଏଠି ଭରି ଭରି ଫୁଟେ ।
ଅମାନିଆ ଅମୃତ ସନ୍ତାନ,
ମାଟି ସହ ହେଇଯାଏ ମାଟିର ପିତୁଳା
ନିରିଖିଲେ ସ୍ପଷ୍ଟଶୁଭେ ଜୀବନର ତାନ ।
ଆକାଶ ଓ ଧରିତ୍ରୀର ପ୍ରେମ,
ଜଳଜଳ ଦିଶୁଥାଏ ଜୀବନର ଛବି
ଭଗ୍ନ ହୃଦୟବି କହେ ସୃଷ୍ଟି ଅପ୍ରତିମ ।
ବାଟୋଇଟି ବାଟବଣା ହୁଏ,
ହଜିଯାଏ ବିଭୁଙ୍କର ସୁନ୍ଦର ସୃଷ୍ଟିରେ
ମନେ ମନେ ପ୍ରଭୁଙ୍କର ଗୁଣମାନ ଗାଏ ।