Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Classics

3  

Pt.Abhaya Kumar Tripathy Sharma

Classics

ଆସରେ ଆମେ ପଢିବା ପାଠ

ଆସରେ ଆମେ ପଢିବା ପାଠ

1 min
153



      ଆସରେ ଆମେ

ପାଠ ପଢିବା ଶିକ୍ଷିତହେବା

    ଭିକ ମାଗିବା ନାହିଁ l

କାହା ହାତଟେକା ଧନ ଦରବକୁ

   ତେରଚ୍ଛା ଚାହିଁବା ନାହିଁ ll

ପାଠ ପଢିବାଟା ନୁହଁଇ କେବଳ

   ଚାକିରୀ ପାଇବା ପାଇଁ l

ଶିକ୍ଷିତହୋଇ କରିଲେ ଚାଷ

    ଦେଶ ଯିବ ଆଗେଇ ll

ପାଠ ପଢିବା ଶିଳ୍ପ ଗଢିବା

     ଦେଶ ସମୃଦ୍ଧହେବ l

ବ୍ୟବସାୟ କରି ପେଟ ପୋଷିବା

    ରହିବ ନାହିଁ ଅଭାବ ll

ପାଠ ପଢିଲେ ଭାଷା ଜାଣିଲେ

    ଅସୁବିଧା ହେବ ନାହିଁ l

କଳା ବିଜ୍ଞାନ ବୈଷୟିକ ଜ୍ଞାନ

    ଅର୍ଥନୀତି ଅଛି ଯହିଁ ll

ପାଠରେ ସାଠ ରହିଛି ଭରି

    ପଢିଲେ ବଢିବ ଜ୍ଞାନ l

ଦେଶ ବିଦେଶରେ ସଭା ସମିତିରେ

   ପାଇବା ଆମେ ସମ୍ମାନ ll



Rate this content
Log in

Similar oriya poem from Classics