Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Inspirational

4  

Bharatabandhu Biswal

Tragedy Action Inspirational

ତାତି

ତାତି

1 min
6



ବଢୁଅଛି ତାତି   ଗ୍ରୀଷମେ ପ୍ରବଳ 

  ଜଳେ ବେଶୀ ବନ ନିଆଁ

ନିର୍ବାଚନ ଋତୁ  ଗୋଳିଆ ପୋଖରୀ

   ଚାଲେ ନେତା ଦଳଡିଆଁ

   ଲାଗୁଛି ଦେଖି ଛାନିଆଁ

କାମ ଥିବାବେଳେ  ସବୁ ମାମୁଁ ମାଇଁ

    ହସ କି ମୁଚୁକୁନ୍ଦିଆ ।

ଦେଖିଲେ ଦୂରରୁ   ଓଳିଗି ମୁଣ୍ଡିଆ

     ହାତଯୋଡି ନମସ୍କାର 

ଦୁଃଖସୁଖ ବୁଝି    କୁମ୍ଭୀର କାନ୍ଦଣା

     ଆଖି ଲୁହ ଝରଝର

     ମୁହଁ ଡଉଲଡାଉଲ

ଗାଲ ମାଧବଙ୍କ   ଚାଷ ବାରବାଟୀ

    ଭାଷଣ ମିଛ କେବଳ ।

ଜିତିଗଲେ ଥରେ   ମିଳେ ନାହିଁ କେବେ

     ବାବୁଙ୍କ ଦର୍ଶନ ଭେଟ

ବଢେ କୋଠାବାଡି    ଓହଳି ପଡଇ 

      ବିଶାଳ ଥନ୍ତଲ ପେଟ

     ବିଞ୍ଚି ବିଡା ବିଡା ନୋଟ

ଭକୁଆ କରନ୍ତି    ଦେଖାଇ ଭେଳିକି

     ମହାପାତ୍ରେ କରି ଲୁଟ ।

ଲୋଡା ହୁଏ ଅର୍ଥ  କ୍ଷମତା ସାଙ୍ଗକୁ

    ଅନ୍ଧ ଭକ୍ତ ବାହୁବଳ

ରାଜନୀତି ନାମେ  ଚତୁର ନେତାଏ

    କରନ୍ତି ଝିମିଟି ଖେଳ

    କହନ୍ତି ଦେବେ କମ୍ବଳ

ମାଗଣା ଲୋଭରେ  ପାଟି ଲାଳ ଲାଳ

   ମେଣ୍ଢାଙ୍କ ନରହେ ବାଳ ।

ନ ହୁଅନ୍ତୁ ପ୍ରାର୍ଥୀ    ନିର୍ଦ୍ଦୟୀ ସ୍ବାରଥୀ

    ମିଥ୍ଯାବାଦୀ ଅହଂକାରୀ

କଥା ଦେଇ କଥା    ରଖନ୍ତୁ ନିଶ୍ଚିତ 

     ହୁଅନ୍ତୁ ପରୋପକାରୀ

     ସନ୍ତାପ ହରଣ କରି

ଶାସନ ତନ୍ତ୍ରକୁ     କରନ୍ତୁ ସୁଦୃଢ

    ନିଷ୍ଠା ସ୍ବକର୍ତ୍ତବ୍ଯ ପାଳି ।

         



Rate this content
Log in

Similar oriya poem from Tragedy