Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ବର୍ଷାସଂଜୟ କୁମାର ତ୍ରିପାଠୀବର୍ଷ

ବର୍ଷାସଂଜୟ କୁମାର ତ୍ରିପାଠୀବର୍ଷ

1 min
131



ବର୍ଷା ଆସିଛି : ବିଳଂବିତ ମୌସୁମୀର ବିଡମ୍ବିତ ପଦପାତରେ

ଆତଂକିତ ଜନଜୀବନର ଆଶଂକା ଆଢୁଆଳରେ

ଗ୍ରାମ୍ୟ କିଶୋରୀର ସଲ୍ଲଜ ହସରେ-

ବ୍ରୀଡାବତୀର ଅନନ୍ୟା ଅବଙ୍ଗୁଠନରେ

ବର୍ଷା ଆସେ : ମୌସୁମୀ ମନସ୍କା ମୋ ପ୍ରିୟାଂକ ସଂଗୁପ୍ତ ଚାହାଣୀରେ

ନାଟି ଟୁକୁଟୁକୁ ସାଧବ ବୋହୂର ଅପାପବିଦ୍ଧ ଭାବରେ

ସଂତାପିତ ଜନଜୀବନରେ ଆଶ୍ବସ୍ତିର ସଂଦେଶରେ ।

ପ୍ରତିଶ୍ରୁତି ଓ ପ୍ରତାରଣାର ବାର୍ଷିକ ସମୀକ୍ଷାରେ

କାଦୁଅ ଫିଗା, ପଂକିଳ ରାଜନୀତିର ଛଦପତନରେ

ନିରନ୍ନ ଜନତାର ଭୋକର ଭୂଗୋଳରେ- ଦାରିଦ୍ର୍ୟର ଅର୍ଥନୀତିରେ ।

ବର୍ଷା ଆସିବ : ସ୍ଵଚ୍ଛ, ଉତ୍ତରଦାୟୀ ସଂସ୍କୃତିସଂପନ୍ନ ପ୍ରଶାସନରେ

ପ୍ରଗତି ଓ ପରିବର୍ତନର ମୃଦୁମଳୟରେ

ବର୍ଷା ଆସିଛି:

ସୁରମ୍ୟ ସଂପର୍କଭରା ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।।


Rate this content
Log in

Similar oriya poem from Classics