Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ପଲ୍ଲୀ କବି ନନ୍ଦକିଶୋର ବଳ

ପଲ୍ଲୀ କବି ନନ୍ଦକିଶୋର ବଳ

1 min
181



ପଲ୍ଲୀ ପ୍ରକୃତିର ଚାରୁ ଚିତ୍ର ଭରପୁର

ତୁମ ରଚନାରେ ଆହେ ହେ ନନ୍ଦ କିଶୋର । 

ଆମ ପଲ୍ଲୀ ମାଳିନୀ ଓଡିଶା ପ୍ରଦେଶର  

ମନୋଜ୍ଞ ପ୍ରକାଶ ନାନା ଭାବ ବିଭାବର । 

କରି ଅଛ ଅନୁଭୂତି କଳ୍ପନା ପ୍ରଭାବେ 

ଶିକ୍ଷକ ଜୀବନେ ଯାହା ଆହାରିଛ ତୁମ୍ଭେ । 

ଅର୍ପିଲ ସହିତ୍ୟେ ସବୁ ବର୍ଣ୍ଣାଢ଼୍ୟ ରୁଚିରେ 

ବେଶ ବେଶ ଭୂଷା ବିଶୋଭାଇ ସୁରମ୍ୟ ମଞ୍ଜୁଳେ  

ତୁମ ଲେଖନୀରେ ଆଙ୍କି ଅଛ ଯେ ଆଲେଖ୍ୟ

ଚିର କାଳ ଅମଳିନ ପ୍ରକାଶେ ମୟୁଖ । 

ପଲ୍ଲୀର ରୂପେଲୀ ବନ , ଉପବନ ,ତୋଟା 

ନଦ , ନଦୀ , ବିଲ ,ବାଡି , ଗାଈ ଆଳ ଟୋକା । 

ପର୍ବ ପର୍ବାଣି ଓ କୃଷି କ୍ରିଡା କଉତୁକ 

ମନ୍ଦିର ଓ ଚାଟଶାଳୀ ସାଥେ ଆଧ୍ୟାତ୍ମିକ । 

ଜନ ଜୀବନର ଚିତ୍ର ସବୁ ସାହିତ୍ୟରେ 

ଫୁଟାଇଚ ତୁମେ କବି ସବୁ ଚମତ୍କାରେ । 

ଶିଶୁ କୀଶୋର ଶିକ୍ଷଣେ ତୁମେ ହିଁ ଉଦ୍ୟମ 

ଆରମ୍ଭୀ କରିଲ ଶିଶୁ ସାହିତ୍ୟ ରଚନ ।

ପ୍ରାକୃତିକ ଶୋଭା ପୂର୍ଣ୍ଣ ମହଙ୍ଗା ଅଞ୍ଚଳେ

କଟକ ଜିଲ୍ଲାର କୁସୁପୁର ଗ୍ରାମ କୋଳେ । 

ବିରୂପା ତଟିନୀ ତଟେ ପ୍ରକୃତି କାନନେ 

ଆର୍ବିଭାବ ହେଲ ତୁମେ ସୁଦିବ୍ୟ ସୁ -କ୍ଷଣେ । 

ଅଠର ଶ' ପଚସ୍ତରୀ ଡିସେମ୍ବର ମାସ 

ବାଇଶି ତାରିଖ ବୁଧ ବାର ଯେ ଦିବସ । 

ପିତା ଯେ ଭଜନା ନନ୍ଦ , ମାତା ହୀରାଣ୍ମୟୀ

ଔରସେ ଚତୁର୍ଥ ପୁତ୍ର ହେଲ ତୁମେ କବି । 

ଶୈଶବରେ ମାତୃ ହରା ତୁମେ ହୋଇ ଗଲ

ପୋଷ୍ୟ ମାତା ଜାନକୀଙ୍କ ପାଳନେ ବଢିଲ । 

ରଚି ଅଛ କେତେ କୃତି କାବ୍ୟ ଓ କବିତା 

ସବୁଥିରେ ଭରା ଦିବ୍ୟ ଉପଦେଶ ବାର୍ତ୍ତା । 

ପଲ୍ଲୀ ଚିତ୍ର ନିର୍ଝରିଣୀ ବସନ୍ତ କୋକିଳ 

ତରଙ୍ଗିଣୀ , ଚାରୁଚିତ୍ର , କବିତା ନିର୍ମାଲ୍ୟ । 

ପ୍ରଭାତ ସଙ୍ଗୀତ ,ସନ୍ଧ୍ୟା ସଙ୍ଗୀତ ଯେ ପୁଣି 

ନାନା ବାୟା ଗୀତ , ସଙ୍ଗୀତ ଓ ଜନ୍ମଭୂମି  । 

କାବ୍ୟ କୃଷ୍ଣା କୁମାରୀ ଓ ସୀତା ବନ ବାସ

ଶର୍ମିଷ୍ଠା, କନକ ଲତା, ଲକ୍ଷ୍ମୀ ଉପନ୍ୟାସ । 

ପ୍ରବନ୍ଧ ସମାଲୋଚନା ଆଦି କେତେ ଲେଖି 

ଓଡିଆ ଭାଷା ସହିତ୍ୟେ ସାଧିଛ ସମୃଦ୍ଧି । 

ପଲ୍ଲୀ କବି ଭାବେ ହେଲ ସହିତ୍ୟେ ଆଖ୍ୟାତ

ଶ୍ରଦ୍ଧାଞ୍ଜଳୀ ଅର୍ପେ ଘେନ ଦିବ୍ୟ ଭକ୍ତି ପୂତ ।


Rate this content
Log in

Similar oriya poem from Abstract