STORYMIRROR

Anjana Naik,Anju..Deogarh

Abstract

3  

Anjana Naik,Anju..Deogarh

Abstract

ଶିବରାତ୍ରି

ଶିବରାତ୍ରି

1 min
198

ଏଇ ଚତୁର୍ଦ୍ଦଶୀ ଅନ୍ଧାର ରାତିରେ 

ପୂଜା କରିବି ମୁଁ ଭକତି ଚିତ୍ତରେ 

ପ୍ରଦୀପ ଜଳାଇ ଜୀବନୁ ଅନ୍ଧାର 

ଲୁପ୍ତ ମୁଁ କରିବି ଜୀବନ ଯାକର ।


ଦେବତା ପୂଜନ ପୂଣ୍ୟ ଅରଜନ 

ମଣିଷ ମାତ୍ରକେ ନ ହୋଇବ ଆନ 

ଦୂର ଦେବାଳୟ ପ୍ରଭୁଙ୍କ ଆଳୟ

ଭୋଗ ଥାଳି ଧରି ଜିବାକୁ ଅଥୟ ।


ଜାଳିବି ଯାଗର ହୋଇ ଉଜାଗର 

ଭକ୍ତିପୁତ ମନେ ପୂଜିବି ଶଙ୍କର  

ଆହୁତି ଦେବି ମୁଁ ପ୍ରତ୍ୟେକ ପ୍ରହର 

ପାଇବି ପ୍ରଭୁଙ୍କ ଅଭୟ ଯେ ବର ।


ମନର ପ୍ରଦୀପ ପ୍ରଜ୍ଜଳନ କରି 

ପୂଜିବି ଶିବ ମୁଁ ମନରେ ମୋହରି

ମନମଧ୍ୟେ ବିଜେ ଶ୍ବୟମ୍ବୁ ଶଙ୍କର 

ଏ ଜୀବନ ପରା ଦାନ ପ୍ରଭୁଙ୍କର ।


ଆଖି ଧୁପକାଠି ହୃଦୟ ଆଳତୀ 

ଦେହମୋର ପୁଷ୍ପ ଅର୍ପଣ କରିଛି 

ପାଇ ପୂଣ୍ୟଫଳ ହେବି ପୂଣ୍ୟବତୀ

ଅର୍ଘ୍ୟ ପ୍ରଦାନ କରିବି ନିତିନିତି ।


Rate this content
Log in

Similar oriya poem from Abstract