STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅବାସ୍ତବ

ଅବାସ୍ତବ

1 min
204

ପଳାଶ ଫୁଲର ଗନ୍ଧରେ ବିଭୋର

ମୁହିଁ ଯେ' ପାଗଳ ଭ୍ରମର

ଦେଖେ ସ୍ଵପ୍ନ ଅବାସ୍ତବ ନିରନ୍ତର !


ଡିମିରି ଫୁଲର ପ୍ରକାଶେ ଅଧୀର

ମୁଁ ଭାବୁକ ପ୍ରବର

ଭାଳେ ସଦା କଥା ଅବାନ୍ତର !


ସବୁ କାହିଁକିର ଖୋଜଇ ଉତ୍ତର

ବାଷ୍ପୀୟ ଦ୍ରବ୍ୟର ମାପଇ ଆକାର

ଜଳ ଗଣେ ଅଫେରା ନଈର !


ଦୁନିଆ ବୁକୁରେ ଯେତେ ଯାହା

ନିହାତି ନିଶ୍ଚିତ ଅବାସ୍ତବ ଅବାନ୍ତର

ତାହାର ଚିନ୍ତନ ମନ୍ଥନ କରିବା 

ମୋ ଲାଗି ଅଟଇ ସୁଖକର !


ଧୂସର ନିରସ ପାଣ୍ଡୁର ବାସ୍ତବେ

ମୋର ନାହିଁ ତିଳେ ପ୍ରୟୋଜନ

ଅବାସ୍ତବ ସ୍ବପ୍ନର ପରିକଳ୍ପନାରେ

ମୋ ସୁଖ ସଞ୍ଚୟ ପରମ ଆନନ୍ଦ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract