Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Classics

3  

Niranjan Mishra

Classics

ଶୁଭ ପ୍ରଥମାଷ୍ଟମୀ

ଶୁଭ ପ୍ରଥମାଷ୍ଟମୀ

1 min
205



ମାସମାନଙ୍କରେ ମାର୍ଗଶୀର ମାସ

ସାର କହେ ଗୀତାବାଣୀ ।

ପାଚିଲା ଧାନକେଣ୍ଡା ବିଲରେ ବିଜେ

ମାଆ ଲକ୍ଷ୍ମୀ ସାଆନ୍ତାଣୀ ।୧।

ସବୁ ଗୁରୁବାରେ ମାସ ମାର୍ଗଶୀରେ

ମହାଲକ୍ଷ୍ମୀଙ୍କ ପୂଜନ ।

ହୁଅଇ ନିଶ୍ଚିତ ଘରେ ଘରେ ସବୁ

ଗାଆନ୍ତି ଲକ୍ଷ୍ମୀପୁରାଣ ।୨।

ମାର୍ଗଶୀର ମାସ କୃଷ୍ଣ ଅଷ୍ଟମୀଟି

ଶୁଭ ପ୍ରଥମ ଅଷ୍ଟମୀ ।

ଜ୍ୟେଷ୍ଠ ସନ୍ତାନର ବନ୍ଦାପନା ହୁଏ

ମହାଲକ୍ଷ୍ମୀଙ୍କୁ ପ୍ରଣମି ।୩।

ଚାଉଳକୁ ବାଟି ପିଠୋଉର ଚିତା

ସୁନ୍ଦର ଭାବରେ ଦେଇ।

କଳସ ଉପରେ ଆମ୍ବଡାଳ ନାରୀ-

କେଳରେ ତାକୁ ସଜାଇ ।୪।

ହଳଦୀପତର ଏଣ୍ଡୁରି ପିଠାକୁ

ଶିଝାଇ ମଣ୍ଡଳ ପରେ।

ରଖି ଷଷ୍ଠୀ ଦେବୀ ପୂଜା ହୁଏ ଜ୍ୟେଷ୍ଠ

ବନ୍ଦାପନା ତତପରେ। ୫।

ଅରୁଆ ଚାଉଳ ହଳଦୀ ମିଶାଇ

ଦୁବ ବଦରୀ ପତର ।

କୁସୁମ ବନ୍ଦାଣ ସାରି ଘୃତଦୀପ

ବନ୍ଦାପନା ବିଧି କର ।୬।

ନବବସ୍ତ୍ର ପରିଧାନ କରି ଜ୍ୟେଷ୍ଠ

ସନ୍ତାନ ହୁଏ ବନ୍ଦାଇ ।

ମାମୁଁଘରୁ ଆସିଥାଏ ନବବସ୍ତ୍ର

ପ୍ରଥମାଷ୍ଟମୀର ପାଇଁ ।୭।

ଜ୍ୟେଷ୍ଠ ସନ୍ତାନର ଶୁଭ ମନାସନ୍ତି

ସର୍ବେ ଏ ଶୁଭ ଦିନରେ ।

ମହାଲକ୍ଷ୍ମୀ ଆଦ୍ୟା ତାଙ୍କର ପୂଜନ

ହୁଏ ବିଧି ବିଧାନରେ ।୮।

ମୂଳା ଗେଣ୍ଡୁଫୁଲ ନବବସ୍ତ୍ର ଢାଙ୍କି

ଲକ୍ଷ୍ମୀଙ୍କର ପୂଜା ହୁଏ ।

ପ୍ରଥମାଷ୍ଟମୀରେ ଘରମାନଙ୍କରେ

ପିଠାପଣା ନିଶ୍ଚେ ହୁଏ ।୯।

ବାରମାସେ ତେର ପରବ ଆମର

ଓଡ଼ିଆ ଘରେ ହୁଅଇ ।

ପିଠାପଣା ପୂଜା ବଣ୍ଟା ବଣ୍ଟି କରି

ମନ ଆନନ୍ଦ ଲଭଇ ।୧୦।


Rate this content
Log in

Similar oriya poem from Classics