Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DHARITRI SAHU

Classics

3  

DHARITRI SAHU

Classics

ନାରୀର ତ ସବୁ ଦିନ

ନାରୀର ତ ସବୁ ଦିନ

1 min
195



ନାରୀ ମଧ୍ୟେ ଆତ୍ମା

     ପୁରୁଷେ ବି ଆତ୍ମା

 ଶରୀର ଭେଦରେ ଦୁଇ,

ମହାନ୍ ଉଦ୍ଦେଶ୍ୟେ 

       ଗଢିଲେ ଇଶ୍ଵର

 ସଂସାରର ସୃଷ୍ଟି ପାଇଁ ।

ଭେଦା ଭେଦ ଜ୍ଞାନ

       କରିବାର ପାଇଁ

  ତୁମେ କିଆଁ ଆଗଭର,

 ପୁଅ ଝିଅ ଏଠି 

       ସଭିଏଁ ସମାନ

  ନାଁହି ପାତର ଅନ୍ତର।

କୋମଳ ଶରୀର

      ବହିବି ନାରୀଟେ

  ସବୁଠି ସ୍ଥାପିଛି ପାଦ,

ସଭା ସମିତିର 

      ଆଉ ଲୋଡା ନାହି

  କହିବାକୁ ଚାଟୁ ବାକ୍ୟ।

ଆସୁଛି ସେଦିନ 

      ମହାକାଳୀ ରୂପେ

 ଅବତୀର୍ଣ୍ଣା ହେବେ ନାରୀ,

ଅସହାୟା ଶଦ୍ଦ 

      ବିଲୋପ ହୋଇବ

 ହୋଇବେ ସେ ବଳାତ୍କାରୀ"।

ଏହି ଗୋଟେ ଶଦ୍ଦ

       ଅଟଇ ଜଘନ୍ୟ

  ଡରାଏ ତାକୁ ସମାଜ,

ଆଉ ସବୁ ଡର

      ଫିଙ୍ଗି ସେ ଦେଲାଣି

  ଫଳାଫଳ ଥରେ ହେଜ।

ସଂସାରୁ ଅସୁର

     ପ୍ରକୃତି ବିନାଶ

  କରିବା ପାଇଁ ତା ଜନ୍ମ,

ମହିଷା ମାରିବା

     ପାଇଁ ଦୂର୍ଗା ହେଲେ

  ଅକୁଣ୍ଠିତେ ବିବସନ।

ସବୁଦିନ କେବେ

      ରାତି ହୁଏ ନାହିଁ

  ସବୁଦିନ କେବେ ଦିନ,

ଆଜି ଯାକୁ ମଣ

       ଅବଳା ଦୁର୍ବଳା

 କାଲି ହେବେ ବଳୀୟାନ।

ହାତୀ ମଧ୍ୟେ ବଳ

      ଏତେ ଥାଏ ବୋଲି

  ମନରୁ ଥାଏ ପାଶୋରି,

ଯେବେ ମନେ ପଡେ

        ବିନାଶ ସେ ରଚେ

   ପ୍ରତିଶୋଧ ନିଏ ଭାରି।

ଏବେଠୁ ସଜାଗ

      ହୁଅ ଠିକାଦାରେ

 ବେଳେ ଆସେ ସରି ସରି,

ଗୋଟେ ଦିନ ନୁହେଁ

       ସବୁ ଦିନ ପାଇଁ

 ପୂଜନୀୟା ହେଉ ନାରୀ।


Rate this content
Log in

Similar oriya poem from Classics