ମୁଁ
ମୁଁ
ମୁଁ ସର୍ବଂସହା
ମୁଁ ପ୍ରୀତିକାମ୍ୟା,
ମୁଁ ଅଗ୍ନି ପିଣ୍ଡୁଳା
ମୁଁ ଶୈଳବାଳା,
ମୁଁ ସର୍ବଶକ୍ତିମାନ
ମୁଁ ସତ୍ଯ ଚିରନ୍ତନ,
ମୁଁ ଅଯୋନି ଶମ୍ଭୁତା
ମୁଁ ଦେବୀ ହୈମସୁତା,
ମୁଁ ଆଦି ଶକ୍ତି
ମୁଁ ଜ୍ଞାନଦାତ୍ରୀ,
ମୁଁ ମାହେଶ୍ଵରୀ
ମୁଁ ପ୍ରାଣେଶ୍ବରୀ,
ମୁଁ ଜଗତ ଜନନୀ
ମୁଁ ମହିଷା ମର୍ଦ୍ଦନୀ,
ମୁଁ ଶାରଦା ଶାରଳା
ମୁଁ ବରଦା ବିମଳା,
ମୁଁ ଅଇ ସୁଲକ୍ଷଣୀ
ମୁଁ କେଶରୀ ବାହିନୀ,
ମୁଁ ପଞ୍ଚଭୂତ
ମୁଁ ସ୍ବୟଂସିଦ୍ଧ,
ମୁଁ ବିଶ୍ବମ୍ବରା
ମୁଁ ଉଗ୍ରତାରା,
ମୁଁ ସିଂହବାହିନୀ
ମୁଁ ତ୍ରିଶୂଳ ଧାରିଣୀ,
ମୁଁ ମାତା ନ
ାରାୟଣୀ
ମୁଁ ଖଡ୍ଗ ଖର୍ପର ଧାରିଣୀ,
ମୁଁ ଅନୁସୂୟା
ମୁଁ କୁନ୍ତି ମାଆ,
ମୁଁ ଦ୍ରୌପଦୀ
ମୁଁ କାରୁବାକୀ,
ମୁଁ ସତୀ ସୀତା
ମୁଁ ଦଶ ଭୂଜା,
ମୁଁ ମନ୍ଦୋଦରୀ
ମୁଁ ସତୀ ସାବିତ୍ରୀ,
ମୁଁ ଶୈଳପୁତ୍ରୀ
ମୁଁ ସିଦ୍ଧିଦାତ୍ରୀ,
ମୁଁ ବ୍ରହ୍ମଚାରିଣୀ
ମୁଁ କାତ୍ୟାୟନୀ,
ମୁଁ କାଳରାତ୍ରୀ
ମୁଁ ମହାଗୌରୀ,
ମୁଁ ସ୍କନ୍ଦମାତା
ମୁଁ ପ୍ରିୟମ୍ବଦା,
ମୁଁ ଚନ୍ଦ୍ରଘଣ୍ଟା
ମୁଁ କୁଷ୍ମାଣ୍ଡା,
ମୁଁ ଦୁର୍ଗତି ନାଶିନି
ମୁଁ କଳୁଷ ହାରିଣି,
ମୁଁ ନାରୀ, କନ୍ୟା, ଭଗ୍ନୀ, ପତ୍ନୀ, ଜନନୀ
ମୁଁ ସୃଷ୍ଟି, ପାଳନ, ସଂହାର କାରୀଣୀ। ।