Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଜନ୍ମ ଆଉ ମୃତ୍ୟୁ ଚିରନ୍ତିନ ସତ୍ୟ

ଜନ୍ମ ଆଉ ମୃତ୍ୟୁ ଚିରନ୍ତିନ ସତ୍ୟ

1 min
144



ଜନ୍ମ ଆଉ ମୃତ୍ୟୁ ଯଦି

ଚିରନ୍ତନ ସତ୍ୟ

ତା ହେଲେ ଗୋଟିଏ ସତ୍ୟ କୁ ଆମେ

ଭୋଗି ସାରିଲେଣି ,ଆଉ ଆରଟି

ଆମ କୁ ଅପେକ୍ଷା କରିଛି !


କିଏ ଜାଣେ ଛୋଟ ଏଇ ଜୀବନ ରେ

ରାସ୍ତା ଚାଲୁ ଚାଲୁ , କେତେବେଳେ ଯେ

କାହାର ରାସ୍ତା ସରିଯିବ !

ମାଟିଘଟ ପୂରିଯିବ,

ଉପରୁ ଡାକରା ଆସିବ 

ସେତେବେଳେ ଟିକେଟ କାଟିବାକୁ ବି

ତର ହେବ ନାହିଁ , ତର ତର ହୋଇ

ମାଟି ରୁ ଆକାଶ କୁ ଲମ୍ବ ଲମ୍ଫ ଦେବ l


ସେତେବେଳେ ତୁମ ଘର ,ଗାଡ଼ି

ବ୍ୟାଙ୍କ ବାଲାନ୍ସ ,ପିଲା ପରିବାର

କେହି ତୁମ ସଙ୍ଗରେ ଯିବେନି

ଖାଲି ହାତେ କାନ୍ଦି କାନ୍ଦି 

ଆସିଥିଲ ଏକା ,ଛ ଖଣ୍ଡ କାଠ ରେ

ଚାଲିଯିବ ଏକା .....!!


ତା ହେଲେ ଚାରିଦିନ ର ଜୀବନ ରେ

ଏତେସବୁ କିଆଁ ଆୟୋଜନ ?

କଣ ପାଇଁ ରାଗ ,ହିଂସା ,ବିଦ୍ୱେଷ ଓ ଅଭିମାନ ?

ଅନ୍ୟ କୁ ପ୍ରତିଯୋଗିତା ରେ 

ପଛରେ ପକାଇ

ଆଗେଇ ଯିବାର ପ୍ରବଣତା ର ଅର୍ଥ ବା କ'ଣ ?


ଆସ ସବୁ ଜ୍ଞାନ୍ତି, ବନ୍ଧୁ ,ସାଥୀ ,ସହୋଦର

ରାଗ ,ହିଂସା ଛାଡି ଦେଇ ଆସ

ହାତ ଧରାଧରି ହୋଇ

ସାଙ୍ଗ ରେ ଚାଲିବା

ଭଲ ପାଇବାର ମଧୁ ବାଣ୍ଟି ଦେଇ ଯିବା l




Rate this content
Log in