Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics Others

4.0  

Bhagaban Otta

Classics Others

ହେ ପ୍ରଭୁ କଳାଠାକୁର

ହେ ପ୍ରଭୁ କଳାଠାକୁର

1 min
148


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ମର୍ତ୍ତ୍ୟ ମଣ୍ଡଳରେ ପ୍ରଭୁ

ବାରେ ହୁଅ ଅବତାର

ନାଶ ଏ ଅବନୀ ଭାର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ଧର୍ମ ଅଧର୍ମର ଏଠି

କାହାରି ନାହିଁ ବିଚାର

କାହାରି ନାହିଁ ବିଚାର।


ଗୁରୁଜନଙ୍କୁ ମାନ୍ୟତା

କଳିରେ ନାହିଁ କାହାର

ନାଶ ଏ ଅବନୀ ଭାର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ସଦଗୁରୁଙ୍କ ଚରଣ

ପୂଜନ୍ତି ନାହିଁ ଏ ନର

ପୂଜନ୍ତି ନାହିଁ ଏ ନର।


ନିଜେ ନିଜକୁ ଭାବନ୍ତି

ଗୁରୁ ଠାରୁ ମୁହିଁ ବଡ

ନାଶ ଏ ଅବନୀ ଭାର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ପିତାଗୁରୁ ମାତାଗୁରୁ

ଦୁହେଁ ପ୍ରଥମ ଠାକୁର

ଦୁହେଁ ପ୍ରଥମ ଠାକୁର।


ନୟନୁ ଅଶ୍ରୁ ଝରିଲେ

କ୍ଷମା ନାହିଁ ତିନି ପୁର

ନାଶ ଏ ଅବନୀ ଭାର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ଗୁରୁ ଠାରୁ ଭିନ୍ନ ନୁହେଁ

ଗୁରୁ ସାକ୍ଷାତ ଈଶ୍ୱର

ଗୁରୁ ସାକ୍ଷାତ ଈଶ୍ୱର।


ଗୁରୁ ସେବା କଲେ ପ୍ରାପ୍ତ

ହେବ ବୈକୁଣ୍ଠପୁର

ସାହା ପ୍ରଭୁ ଲକ୍ଷ୍ମୀଧର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ଦୋଷା ଦୋଷ ଥିଲେ ପ୍ରଭୁ

କ୍ଷମା କରିନେବ ମୋର

କ୍ଷମା କରିନେବ ମୋର।


ମୁଁ ଅଟେ ତୁମ୍ଭ କିଙ୍କର

ତୁମ ଚରଣେ ମୋ ଶିର

ନାଶ ଏ ଅବନୀ ଭାର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।।


ମର୍ତ୍ତ୍ୟ ମଣ୍ଡଳରେ ପ୍ରଭୁ

ବାରେ ହୁଅ ଅବତାର

ନାଶ ଏ ଅବନୀ ଭାର।


ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର।


Rate this content
Log in

Similar oriya poem from Classics