Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics

4.0  

Bhagaban Otta

Classics

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
206


ଆସିଛି ରଙ୍ଗର ପୀରତି ଦିବସ

ଖେଳିବା ସଭିଏଁ ହୋଲି,

ପବିତ୍ର ହୋଲିରେ ନାଚିବା ଝୁମିବା

ପର ଆପଣାର ଭୁଲି l


ରଙ୍ଗର ପରବ ହୋଲି ଉତ୍ସବ ରେ

ବାଳ ବୃଦ୍ଧା ଯୁବା ନାରୀ,

ସ୍ନେହ ସରଧାରେ ଖେଳନ୍ତି ସଭିଏଁ

ରଙ୍ଗ ପିଚକାରି ଧରି l




 ମିତ୍ର ହେଉ ଅବା ହେଉ ଆମ ଶତ୍ରୁ

ସଭିଙ୍କୁ ମାରିବା ରଙ୍ଗ,

ସଭିଏଁ ଭୁଲିବା ଅତୀତର କଥା

ଲାଗିଲେ ପ୍ରୀତିର ରଙ୍ଗ l



ଯେଉଁ ପରବକୁ ଆରମ୍ଭ କରିଲେ

ରାଧା କୃଷ୍ଣ ଦ୍ୱାପର ରେ,

ସେହି ହୋଲି ଆଜି କୋଟି ଓଡ଼ିଆଙ୍କ

ମୁଖ ଓଠେ ହସ ଭରେ l



ପବିତ୍ର ହୋଲିର ମନ୍ତବ୍ୟ ଅଟଇ

ମନରୁ ପୋଛିବା ଘୃଣା,

ପ୍ରୀତିର ଅବିର ଦେହରେ ଲାଗିଲେ

ଘୃଣା ହେବ ବାଟ ବଣା l



ନାନାଦି ରଙ୍ଗର ମିଳିତ ସମ୍ଭାର

ମିଶିଲେ ପୀରତି ଭାବ,

ହସିବ ଦୁନିଆ ଖୁସି ଜୁଆରରେ

ଦୁଃଖର ବିନାଶ ହେବ

ଦୁଃଖର ବିନାଶ ହେବ l




Rate this content
Log in

Similar oriya poem from Classics