Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

3  

Pratima Satpathy

Classics

ବୈଜ୍ଞାନିକ ଆଇଜାକ ନିଉଟନ

ବୈଜ୍ଞାନିକ ଆଇଜାକ ନିଉଟନ

1 min
166



ଷୋଳ ଶହ ତେୟାଳିଶି ମସିହାର

    ଜାନୁୟାରୀ ର ଚାରି ରେ

ଜନ୍ମ ହୋଇଥିଲ ବିଜ୍ଞାନ ଜନକ

   ଦୁରଦେଶ ଇଂଲଣ୍ଡ ରେ ll

ଜନ୍ମପୂର୍ବ ତିନି ମାସର ଆଗରୁ 

   ପିତା ଚାଲି ଯାଇଥିଲେ

ତିନିବର୍ଷ ପରେ ମାତା ଚାଲିଗଲେ

    ଜେଜେ ଜେଜେମା ପାଳିଲେ ll

ଅତ୍ୟନ୍ତ ଦୁର୍ବଳ ଶରୀର ପାଇଁକି

    ବିଦ୍ୟାଳୟେ ସାଙ୍ଗମାନେ

ଥଟ୍ଟା, ପରିହାସ, ଝଗଡା ବଢିଲା,

    ବିଦା କଲେ ସାର ମାନେ ll

ପ୍ରତିକୂଳ ପରିସ୍ଥିତି ରେ ବିଜୟ

    ମୁକୁଟ ପିନ୍ଧିଲ ଶିରେ

ତୁମ ପାଇଁ ଆଜି ବିଜ୍ଞାନ ବିଷୟ

   ଜାଣିଲେ ଏ ସଂସାରରେ ll

ବହୁତ କଷ୍ଟରେ ଆଗକୁ ବଢ଼ିଲ

    ବାଧା ବନ୍ଧନ କୁ ତେଜି

ଆଧୁନିକ ବିଜ୍ଞାନର ଜନକ ହେ

    ରଖିଗଲ କୀର୍ତ୍ତି ରାଜି ll

ଫୋନ, ଲାଇଟ, ସାଟଲାଇଟ ଆଜି

    ତୁମରି ପାଇଁ ସମ୍ଭବ

ଗଣିତଜ୍ଞ, ଭୌତିକ ବିତ, ଆଲୋକ

  ସୂର୍ଯ୍ୟ କିରଣ ର ରଙ୍ଗ ll

ଲୋକ ପ୍ରିୟ ବୈଜ୍ଞାନିକ, ଏ ବିଶ୍ୱର

   ଚିର ଅମ୍ଲାନ ପ୍ରତିଭା

ବିଜ୍ଞାନ ଗାରର ସଭାପତି ପଦ

   ବିଶ୍ୱ ବିଜ୍ଞାନର ସ୍ରଷ୍ଟା ll

ତୁମ ସୃଷ୍ଟି ପାଇଁ ବିଶ୍ୱ ଆଜି ବିଜ୍ଞାନରେ

    ଆଗୁଆ ହୋଇଛି

ବିଜ୍ଞାନର ପିତାମହ , ଗୁଣ ଗ୍ରାହୀ

   କୀର୍ତ୍ତି ରାଜି ରହିଅଛି ll

ଯେ ପର୍ଯ୍ୟନ୍ତ ବିଶ୍ୱରେ ବିଜ୍ଞାନ ଥିବ

    ରହିଥିବ ତୁମ ସ୍ମୃତି

ଚୀର ବନ୍ଦନୀୟ,ଆଇଜାଜ ନିଉଟନ

    ଘେନ ହେ ପ୍ରଣତି ll

ଆତ ପଡ଼ିଗଲା ଗଛୁ ଗବେଷଣା 

   ପୃଥିବୀ ମାଧ୍ୟାକର୍ଷଣ 

ବିଜ୍ଞାନ ଜଗତେ ତୁମ ଜ୍ଞାନଶିଖା

   ରହିଥିବ ଅମଳିନ ll

ସତରସ ସତେଇଶି ମସିହାର

    ମାର୍ଚ୍ଚ ଏକ ତିରିଶି ରେ

ସମସ୍ତଙ୍କୁ ଛାଡି ଚାଲିଗଲ ତୁମେ

    ତୁମ ପାଇଁ ବିଶ୍ୱ ଝୁରେ ll


Rate this content
Log in

Similar oriya poem from Classics