Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
154



ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଓଡ଼ିଆ ମୋ ଭାଷା

ବନ୍ଦେ ଓଡ଼ିଆ ସଂସ୍କୃତି ସାହିତ୍ୟ

ବନ୍ଦେ ପାଲା ଦାଶକାଠିଆ ଚଉତିଶା l

ବନ୍ଦେ ସାରଳା ଦାସ ଫକୀର ମୋହନ

ବନ୍ଦେ ଅତିବଡ଼ି ଜଗନ୍ନାଥ ଦାସଙ୍କ ନିଶା

ବନ୍ଦେ ପାରଳା ମହାରାଜା

କୃଷ୍ଣଚନ୍ଦ୍ର ଦେବ ଗଜପତି ଆଶା l

ବନ୍ଦେ ଉତ୍କଳ ଗୌରବ ମଧୁସୂଦନ

ବନ୍ଦେ ଗୋଦାବରୀଶଙ୍କ ଉଚ୍ଚ ଆଶା

ବନ୍ଦେ ଉତ୍କଳ ଓଡ଼ିଆ ଭାଷା l

ବନ୍ଦେ ପ୍ରତିଟି ସକାଳ ଓଡିଶାର

ଓଡ଼ିଆ ଭାଗବତ ଚୁଡାଘସା

ବନ୍ଦେ ଉତ୍କଳୀୟ ପରମ୍ପରା ପୋଷାକ

ସଂସ୍କୃତି, ପର୍ବ, ପିଠା ଆରିଶା l

ବନ୍ଦେ ଜଗନ୍ନାଥ ଦେଶ

ଭିର୍ନ୍ନ କିନ୍ତୁ ମାର୍ଜିତ ବେଶଭୁଷା

ଓଡ଼ିଆ ମାଆ ମୁହଁ ଲୁଚେ ଓଢଣା ତଳେ

ପରିଚୟ ସଣ୍ଠଣା ପରିଭାଷା

ମଧୁର ବିନୟ ବଚନ କହି ତୋଷିବା ଜନମନ l

ସଂସ୍କୃତି ସଂହତି ପେଶା

ପ୍ରାର୍ଥନା ହୃଦୟରୁ ରକ୍ଷାକର ପୁରୀ ସରକାର 

ଜଣାଣ ଭଜନ କରୁ ପ୍ରତିଟି ଉଷା

ବଞ୍ଚିରହୁ ଓଡିଶା ସ୍ୱାଭିମାନ ଅଭିମାନ

ସତାଅଶୀ ବର୍ଷର ଅଦ୍ୟମ ଉଦ୍ୟମ ଭିସା l


Rate this content
Log in

Similar oriya poem from Abstract