ମୋ ବୋଉ
ମୋ ବୋଉ
ଦଶ ମାସ ଦଶ ଦିନ ଗର୍ଭରେ ଧରି ଥାଉ
କେତେ କଷ୍ଟ ନିଜ ଛୁଆ ଙ୍କ ପାଇଁ ସହୁ
ମୋ ବୋଉ
କେତେ ଶାନ୍ତି ଲାଗେ କୋଳରେ ତୋର
ମୁଣ୍ଡ ନ ଆଉଁସି ଦେଲେ ଆଖିକୁ ଆସେନି ନିଦ ମୋହର
ଗପ କହି କହି ଶୁଆଇ ଦେଉ
ମୋ ବୋଉ
ବାପା ରାଗି ଗଲେ କୋଳେଇ ନେଉ
ଭୁଲ କଲେ କିଛି ଆ ଆ କହି ପାଖକୁ ଡାକି
ମାରିବିନି କହି ବାଡେଇ ଥାଉ
ମୋ ବୋଉ
ନିଜେ ନ ଖାଇ ଆମ ମୁହଁ ରେ ଆହାର ଦେଉ
ଖରା ବର୍ଷା ସହି ନିଜ ପିଲା ଙ୍କୁ ଛାୟା ତୁ ଦେଉ
ଯେତେ କଷ୍ଟ ହେଉ ମୁହଁ ନ ଖୋଲି
ଚୁପଚାପ ସହି ତୁ ଯାଉ
ମୋ ବୋଉ
ବାହାରୁ ଆସିଲେ ଆଖି ତତେ ନ ଦେଖିଲେ
ମନ ହୁଏ ବ୍ୟାକୁଳ
କାମ ଟିକେ କରିଦେଲେ ତୁ ତୋ ପଣତ କାନିରେ
ପୋଛିଦେଉ ମୋ ଝାଳ
ତୋ ପରି ଭଲ ପାଇବା କିଏ ଲୋ ଦେବ ଆଉ
ମୋ ବୋଉ ।