ସଂସ୍କାର ଚିହ୍ନାଏ କେମିତି କିଏ
ସଂସ୍କାର ଚିହ୍ନାଏ କେମିତି କିଏ
କଣ୍ଠକୁ ଫଟାଇ ବଖାଣିଲେ ଯେତେ ଆପଣା ଗରିମା
ସତ୍ଯ ତ୍ଯାଗ ନିଷ୍ଠା ଜୀବନ ଆଦର୍ଶ କର୍ମ ସୂଚାଏ
ଫୁଟି ବାହାରନ୍ତି କୋଟିକ ଭିତରେ ଗୋପବନ୍ଧୁ ମଧୁ
ବଡ ନିଜ ସ୍ବାର୍ଥ ଦେଶଜାତି କଥା ଭାବୁଛି କିଏ ।
ଇଚ୍ଛାସବୁ ଯେବେ ହେବେ ପକ୍ଷୀରାଜ ବେଗବାନ ଅଶ୍ବ
ଦାଣ୍ଡର ଭୀକାରୀ ଜିଣିବାରେ ଗଡ ବାଧା କେଉଁଠି
ରାମ ପରି ରାଜା ହେଲେ ସତ୍ଯନିଷ୍ଠ ହୁଏ ଚରିତାର୍ଥ
ସ୍ବପ୍ନ ରାମରାଜ୍ଯ ସୁଶାସନେ ପ୍ରଜା ହୁଅନ୍ତି ଖୁସି ।
ତେଜ ଶରଶଯ୍ଯା ବୀର ଧନୁର୍ଦ୍ଧର ଆହ୍ବାନେ କର୍ତ୍ତବ୍ଯ
ପାଳ କ୍ଷାତ୍ର ଧର୍ମ ପିତାମହ ଭୀଷ୍ମ ଉତ୍ତୋଳ ଖଡ୍ଗ
ଦେଖି ଶିଖଣ୍ଡୀକୁ ଅର୍ଜୁନ ରଥରେ ତ୍ଯାଗକଲେ ଅସ୍ତ୍ର
ବଢିବ ଅନ୍ଯାୟ ପାପ ବ୍ଯଭୀଚାର ମାତିବେ ଖଣ୍ଟ ।
ଖାଇଯିବେ ଲୁଟି ଦୁଷ୍ଟ ଦୁରାଚାରୀ ମଧୁର ବଚନେ
ଚିହ୍ନ ଭଲକରି ଭ୍ରାତାଙ୍କ ବଦନ ବିଷକୁମ୍ଭ ପୟମୁଖ ପରାଏ
ଶାଣିତ ସୁତୀକ୍ଷ୍ଣ ତରବାରୀ ଧାରେ ନିଗାଡ ଶୋଣିତ
ପାତ ଦକ୍ଷ ବକ୍ଷ ଚିହ୍ନାଉ ସଂସ୍କାର କେମିତି କିଏ ।