Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଗ୍ରୀଷ୍ମାଗମନ

ଗ୍ରୀଷ୍ମାଗମନ

1 min
5



ଯାଇଛି ଚଇତ ଆସିଛି ବୈଶାଖ 

ହେଉଅଛି ଖରା ଟାଣ 

ଗ୍ରୀଷ୍ମ ଆଗମନ ହେଉଛି ସଅଳ

ବିଳମ୍ବ ପ୍ରତ୍ଯାବର୍ତ୍ତନ ।

ବଦଳୁଛି ଏବେ ପୃଥିବୀ ପୃଷ୍ଠର

ପାଣିପାଗ ଋତୁଚକ୍ର 

ଦୀର୍ଘ କାଳ ସ୍ଥାୟୀ ଗ୍ରୀଷମ ପ୍ରକୋପ

ଜୀବନଯାତ୍ରା ଅସ୍ଥିର ।

ଜଳୁଛି ଜଙ୍ଗଲ ବଢେ ତାପମାତ୍ରା

ଜଳସ୍ତର ହୁଏ ହ୍ରାସ 

ଜଳଟୋପେ ପାଇଁ ଡହଳ ବିକଳ

ଶୋଷେ ପ୍ରାଣ ହାହୁତାଶ ।

ବଢେ ଶିଳ୍ପାୟନ ସହର ନଗର

ରାସ୍ତାଘାଟ ବିନିର୍ମାଣ 

ଗଢି ଉଠେ ନିତ୍ଯ ଉଚ୍ଚ ଅଟ୍ଟାଳିକା

ପକ୍କା କଂକ୍ରିଟ କରଣ ।

ତାପଜ ବିଦ୍ୟୁତ ହୁଏ ଉତ୍ପାଦନ 

କୋଇଲା ଘନ ଦହନ

ଚଳେ ଅବାରିତ ଯାନ ଓ ବାହନ

ବୃଦ୍ଧିପାଏ ପ୍ରଦୂଷଣ ।

ବରଷା ବିହୁନେ ଶୁଷ୍କ ନଦୀନାଳ 

ମୌସୁମୀ ଅନିୟମିତ

ଚାତକ କୃଷକ ଚାହିଁ ଆକାଶକୁ

ମୁଣ୍ଡେ ଦିଏ ତାର ହାତ ।

ଦୁର୍ଦ୍ଦିନ ନିମନ୍ତେ ନିଜେ ହିଁ ମଣିଷ

ଅଟଇ ଉତ୍ତରଦାୟୀ

ବେଳ ଥାଉଁ ଯଦି ନ ହୁଏ ସତର୍କ 

ପୃଥ୍ବୀ ଯିବ ଧ୍ବଂସ ପାଇ ।

    


Rate this content
Log in

Similar oriya poem from Inspirational