STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବିରାଜ ଜନନୀ

ବିରାଜ ଜନନୀ

1 min
8


ସଜାଇଛୁ ମାଆ ସୁମନ ତୋରଣ

ହୃଦୟରେ ସିଂହାସନ

ବିରାଜ ଜନନୀ ମାଆ ବାସୁଳାଇ 

କରୁଅଛୁ ନିବେଦନ ।

ତୁମେ ମହାଗୌରୀ ଦେବୀ ସରସ୍ବତୀ

ମହାଲକ୍ଷ୍ମୀ ମହାକାଳୀ

ହୁଅ ମା ପ୍ରସନ୍ନା କରୁଛୁ ପ୍ରାର୍ଥନା

ଅଭୟ ଶ୍ରୀପଦେ ଅଳି 

ଅମୃତମୟୀ ଗୋ ଢାଳିଦିଅ କୃପା

ବିକଶୁ ଜୀବନ ପ୍ରାଣ ।

ତୁମ ଶୁଭାଶିଷ କରୁଣା ମମତା

ପଣତ ଶୀତଳ ଛାୟା

ଦିଅ ସୁଖ ଶାନ୍ତି ସୌଭାଗ୍ଯ ଆନନ୍ଦ 

ହସି ଉଠୁ ମୋର ଗାଆଁ 

ବରଦେ ବିରଜେ ପ୍ରକୃତି ସ୍ବରୂପା

ବନ୍ଦେ ତୁମ ପାଦପଦ୍ମ ।

ଦିଅ ମା ଶକତି ବଳ ବିଦ୍ଯା ବୁଦ୍ଧି

ସତସାହସ ଦିବ୍ଯ ଜ୍ଞାନ 

କରି ସୁକର୍ତ୍ତବ୍ଯ ଧର୍ମ କର୍ମ ପୁଣ୍ଯ 

ଜୀବନ ହେଉ ମୋ ଧନ୍ଯ

ଜଗତ କଲ୍ୟାଣ ମଙ୍ଗଳ ସାଧନେ

କାମ୍ଯୁ ଯଜ୍ଞେ ପୂର୍ଣ୍ଣକାମ ।

   



Rate this content
Log in

Similar oriya poem from Inspirational